Breaking NewsFeaturedଭାଇରାଲ୍ ଭିଡିଓ

ମଦ କମ୍ପାନୀର ୯ ଆଲମିରାରେ ଟଙ୍କା ଭର୍ତ୍ତି, ଟ୍ରକରେ ଗଲା, ଏକାଧିକ ବ୍ୟାଙ୍କରୁ ଆସିଲା ମେସିନ

ଆଲମିରା ଭିତରେ ଥାକ ଥାକ ଟଙ୍କା । ମଦ ତିଆରି କରୁଥିବା କମ୍ପାନୀ ଆୟକର ଫାଙ୍କିବା ଅଭିଯୋଗରେ ହୋଇଥିବା ଆଇଟି ରେଡରେ ଏହା ସାମ୍ନାକୁ ଆସିଛି । ପଶ୍ଚିମ ଓଡ଼ିଶାର ଅନ୍ୟତମ ବଡ଼ ଦେଶୀ ମଦ ପ୍ରସ୍ତୁତକାରୀ ଓ ବିକ୍ରୟକାରୀ କଂପାନୀ କୁହାଯାଉଥିବା ବଳଦେବ ସାହୁ ଆଣ୍ଡ୍ ଗ୍ରୁପ୍ ଅଫ୍ କଂପାନୀର ବଲାଙ୍ଗିର ଅଫିସରେ ରେଡ୍ ବେଳେ ଏହି ଟଙ୍କା ଧରାପଡ଼ିଛି । ଯାହା କୁହାଯାଉଛି ଜବତ ଟଙ୍କାର ପରିମାଣ ୨ଶହ କୋଟିରୁ ଅଧିକ ହେବ । ଏହା ଓଡ଼ିଶାରେ ଆଇଟି ରେଡ୍ ବେଳେ ଜବତ ସର୍ବାଧିକ ଟଙ୍କା ବୋଲି କୁହାଯାଇଛି । ଏହି ମଦ ଭାଟିରେ ଥିବା ୯ଟି ଆଲମାରିରୁ ଟଙ୍କାଗୁଡିକୁ ଜବତ କରାଯାଇଛି । ଏଥିମଧ୍ୟରେ ପ୍ରାୟ ସବୁ ୫ ଶହ ଟଙ୍କିଆ ନୋଟ୍ ।

ଜବତ ଟଙ୍କାକୁ ଏକ ଯୋଗେ ବଲାଙ୍ଗିର ଷ୍ଟେଟ ବ୍ୟାଙ୍କକୁ ଗଣିବା ପାଇଁ ଅଣାଯାଇଛି। ତେବେ ଟଙ୍କାର ପରିମାଣ ଅଧିକ ହୋଇଥିବାରୁ ଆଖପାଖ ବ୍ୟାଙ୍କରୁ ମେଶିନ ମଗାଯାଇ ଗୁରୁବାର ଦିନ ୧୦ଟାରୁ ଗଣତି ଆରମ୍ଭ ହୋଇଛି । ଏହି ଘଟଣା ପରେ ଆୟକର ବିଭାଗ ସ୍କାନରକୁ ଆସିଛନ୍ତି ସଂସ୍ଥାର ମୁଖ୍ୟ ଉଦୟ ଶଙ୍କର ପ୍ରସାଦ । ଘଟଣା ସଂପର୍କରେ ଆୟକର ବିଭାଗ କିମ୍ବା ଉଦୟ ଶଙ୍କରଙ୍କ ପ୍ରତିକ୍ରିୟା ମିଳିନଥିଲେ ମଧ୍ୟ, ଆୟକର ଫାଙ୍କିବା ଅଭିଯୋଗରେ ଆରମ୍ଭ ହୋଇଥିବା ତଦନ୍ତର ପରିସର ନିଶ୍ଚିତ ରୂପେ ବଢ଼ିବ ବୋଲି ଅନୁମାନ କରାଯାଉଛି ।

ଏତେ ଟଙ୍କା କେଉଁଠୁ ଆସିଲା, କାହିଁକି ଅଫିସରେ ରଖାଯାଇଥିଲା, ଏହାର ଉତ୍ସ କଣ, କେବେଠାରୁ ରଖାଯାଇଛି, କେଉଁ କ୍ଷେତ୍ରରେ ଏହାକୁ ଖର୍ଚ୍ଚ କରାଯାଇଥାନ୍ତା, ଏସବୁର ଉତ୍ତର ଏବେ ଖୋଜିବା ପାଇଁ ଚେଷ୍ଟା କରିବ ଆୟକର ବିଭାଗ । ବୁଧବାର ଆଇଟି ରେଡ୍ ହୋଇଥିବା ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ୍ କଂପାନୀର ପାର୍ଟନରସିପ୍ ଫାର୍ମ ହେଉଛି ବଳଦେବ ସାହୁ ଆଣ୍ଡ୍ ଗ୍ରୁପ୍ ଅଫ୍ କଂପାନୀ । ଏହି ଟଙ୍କା କେଳେଙ୍କାରୀ ପଛରେ ରାକନୈତିକ ଲିଙ୍କ ଥିବା ମଧ୍ୟ ସନ୍ଦେହ କରାଯାଉଛି । ତେବେ କେବଳ ବଲାଙ୍ଗୀର ନୁହେଁ ରାଜ୍ୟର ଏକାଧିକ ସ୍ଥାନରେ ଆୟକର ଫାଙ୍କିବା ଅଭିଯୋଗରେ ଚଢାଉ ଜାରି ରହିଛି |

 

Related Articles

Back to top button
WP Twitter Auto Publish Powered By : XYZScripts.com