ଅନ୍ୟାନ୍ୟ

ମଧ୍ୟପ୍ରଦେଶରେ ବସ୍ ଏବଂ ଟ୍ରକ୍ ମୁହାଁମୁହିଁ ଧକ୍କା; ୧୪ ମୃତ, ୪୦ ରୁ ଅଧିକ ଆହତ

ରେୱା, ୨୨/୧୦/୨୦୨୨-  ମଧ୍ୟପ୍ରଦେଶର ରେୱାଠାରେ ଶୁକ୍ରବାର ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ଘଟିବା ସହ ୪୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। । ଏହି ସଡ଼କ ଦୁର୍ଘଟଣାରେ ବସ୍ ଏବଂ ଟ୍ରକ୍ ସମେତ ତିନିଟି ଗାଡି ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଥିଲେ । ଏହି ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ ବସ୍ ରେ ୧୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସା ସମୟରେ ୨ ଜଣଙ୍କର ଜୀବନ ଯାଇଛି ।

ଅଧିକାଂଶ ମୃତ ବ୍ୟକ୍ତି ୟୁପି ଏବଂ ବିହାରର ବାସିନ୍ଦା ଥିଲେ । ବ୍ରେକ୍ ଅଭାବରୁ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ଅନେକ ଲୋକ ବସ୍‌ରେ ଫସି ରହିଥିଲେ ପୋଲିସ-ପ୍ରଶାସନର ତ୍ୱରାନ୍ୱିତ ହେତୁ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ବର୍ତ୍ତମାନ ଆହତମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଏହି ସମସ୍ତ ଲୋକ ଦୀପାବଳି ପର୍ବ ପାଳନ କରିବାକୁ ନିଜ ଘରକୁ ଯାଉଥିଲେ । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୋୖହାନ ଦୁଃଖ ପ୍ରକାଶ କରିଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com