ଅନ୍ୟାନ୍ୟ

ରାଜ୍ୟରେ ହାତୀମୃତ୍ୟୁ ରୋକିବାକୁ ଗଠନ ହେବ ଯୁଗ୍ମ ଟାସ୍କଫୋର୍ସ

 ଭୁବନେଶ୍ୱର, ୨୫ /୦୮/୨୦୨୨-   ରାଜ୍ୟରେ ହାତୀମୃତ୍ୟୁ ରୋକିବାକୁ ପୋଲିସ ଓ ବନ ବିଭାଗକୁ ନେଇ ଗଠନ ହେବ ଯୁଗ୍ମ ଟାସ୍କଫୋର୍ସ । ଏହା ମାଧ୍ୟମରେ ବନ୍ୟାପ୍ରାଣୀ ସମ୍ପର୍କିତ ସମସ୍ତ ମାମଲାର ତଦନ୍ତ କରାଯିବ । ଅନ୍ତଃରାଜ୍ୟ ବନ୍ୟଜନ୍ତୁ ବେଆଇନ ଚାଲାଣ ଉପରେ ମଧ୍ୟ ଟାସ୍କଫୋର୍ସ ନଜର ରଖିବ । ଏନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ପୋଲିସ ଡିଜି । ଟାସ୍କଫୋର୍ସ ମୁଖ୍ୟ ବନ୍ୟ ସଂରକ୍ଷକ ଓ ପିସିସିଏଫଙ୍କ ତତ୍ତ୍ବାବଧାନରେ କାମ କରିବ ।  ଅନ୍ୟପଟେ କେନ୍ଦୁଝର ଯୋଡ଼ା ରେଞ୍ଜ ଅଞ୍ଚଳରେ ବିଦ୍ୟୁତ ଆଘାତରେ ହାତୀ ମୃତ୍ୟୁ ଘଟଣାରେ ଅଗଷ୍ଟ ୨୬ ତାରିଖରେ ସବିଶେଷ ତଥ୍ୟ ରଖିବେ ଆଡଭୋକେଟ ଜେନେରାଲ୍ ।

Related Articles

Back to top button
WP Twitter Auto Publish Powered By : XYZScripts.com