ଅନ୍ୟାନ୍ୟ

କୋଣାର୍କ ମନ୍ଦିରରୁ ବାଲି କାଢ଼ିବା କାର୍ଯ୍ୟ ଆରମ୍ଭ

କୋଣାର୍କ, ୦୪/୦୧/୨୦୨୩-    କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରୁ ପ୍ରଥମ ପର୍ଯ୍ୟାୟରେ ବାଲି କାଢ଼ିବା  କାର୍ଯ୍ୟ ଆରମ୍ଭ କରାଯାଇଛି । ଏନେଇ ଗତ ବର୍ଷ ସେପ୍ଟେମ୍ବରରୁ A.S.I ଓ B.D.R ପକ୍ଷରୁ କାର୍ଯ୍ୟ ଆରମ୍ଭ  ନିଷ୍ପତ୍ତି ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଲିଫ୍ଟ ପାଇଁ ଉତ୍ତର ଓ ପଶ୍ଚିମ କୋଣରେ ଏକ କ୍ରେନ ସାହାଯ୍ୟରେ ଲୁହା ବିମ୍ ଲଗାଯାଇଛି ।

ଲିଫ୍ଟ ପାଇଁ ପ୍ଲାଟ ଫର୍ମ ନିର୍ମାଣ ଚାଲିଛି । ଏହିଭଳି ଆଉ ୩ଟି ଲୁହା ବିମ୍ ଲାଗିବ । ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ଲିଫ୍ଟ ମାଧ୍ୟମରେ ମନ୍ଦିର ଉପର ଦେଇ ଗର୍ଭଗୃହରେ ଥିବା ବାଲିକୁ ସୁରକ୍ଷିତ ଭାବେ ବାହାର କରାଯିବା ପରେ, ପାଇପ ଯୋଗେ ଉତ୍ତର କୋଣରେ ରଖାଯିବ । ଏଥିପାଇଁ ପ୍ରାୟ ୩ ବର୍ଷ ସମୟ ଲାଗିବ । ତେବେ ଏହି କାର୍ଯ୍ୟବେଳେ ମନ୍ଦିରର କୀର୍ତ୍ତିରାଜିର ଯେପରି କୌଣସି କ୍ଷତି ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ କୋଣାର୍କ ସୁରକ୍ଷା ସମିତି ଦାବି କରିଛି । ୧୯୦୩ ମସିହାରେ ସୂର୍ଯ୍ୟ ମନ୍ଦିରର ସୁରକ୍ଷାକୁ ନେଇ ଗର୍ଭଗୃହରେ ବାଲି ଭର୍ତ୍ତି କରାଯାଇ ଜଗମୋହନ ଦ୍ୱାରକୁ ବନ୍ଦ କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com