ଅନ୍ୟାନ୍ୟ

କଟକରୁ ପୁଣି ଜବତ ହେଲା ନକଲି ଟେଲମା – ୪୦ ଔଷଧ

କଟକ, ୧୯/୦୯/୨୦୨୨-   ପୁଣି ଜବତ ହେଲା ନକଲି ଟେଲମା – ୪୦ । ସୋମବାର କଟକ ଦୋଳ ମୁଣ୍ଡାଇ ସ୍ଥିତ ମହତାବ ରୋଡର ଏକ ଟ୍ରାନ୍ସପୋର୍ଟରୁ ଏହାକୁ ଜବତ କରିଛି ପୁରୀଘାଟ ଥାନା ପୋଲିସ । ଭି.ଆର ଏଜେନ୍ସି ଏହି ଔଷଧ ମଗାଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି । ଜବତ ହୋଇଥିବା ନକଲି ଔଷଧର ପରିମାଣ ୧୩୫୦ ଷ୍ଟ୍ରିପ ରହିଛି ।

ଏହି ର‌୍ୟାକେଟର ଚେର ବିହାର ଠାରୁ ବେଙ୍ଗାଲୁରୁ ପର୍ଯ୍ୟନ୍ତ ଲମ୍ବିଥିବା ଜଣାପଡିବା ପରେ ପୋଲିସ ଅଧିକ ସକ୍ରିୟ ହୋଇ ଉଠିଥିଲା । ଏହାର ମାଷ୍ଟରମାଇଣ୍ଡ କୁହାଯାଉଥିବା ବିହାର ଗୟାର ବାଲାଜୀ ଡ୍ରଗସ ଓ ବେଙ୍ଗାଲୁରୁ ଶିବାଜୀ ନଗରର ଶ୍ରୀ ବାଲାଜି ଏଜେନ୍ସିର ଡ୍ରଗ୍ସ ଲାଇସେନ୍ସ, ବୈଧତା, ଜିଏସଟି ଇତ୍ୟାଦି ଯାଞ୍ଚ ପାଇଁ ଡ୍ରଗ୍ସ କଣ୍ଟ୍ରୋଲରଙ୍କୁ ଚିଠି ଲେଖିଛି କମିଶନରେଟ୍ ପୋଲିସ । ଗତ ୬ ମାସ ହେଲା ଔଷଧ ମାଫିଆ ରାହୁଲ ଏବଂ ସଞ୍ଜୟ ବିହାର ଓ କର୍ଣ୍ଣାଟକରୁ ନକଲି ଔଷଧ ଆମଦାନୀ କରି କଟକ ଓ ଭୁବନେଶ୍ୱରକୁ ଚାଲାଣ କରୁଥିଲେ ।

ଏହାଛଡା ଅନ୍ୟ କେଉଁମାନଙ୍କ ସହ ଏହି ଦୁହିଁଙ୍କ ସମ୍ପର୍କ ରହିଛି ଏହା ଜାଣିବାପାଇଁ ରାହୁଲ ଓ ସଞ୍ଜୟଙ୍କ ମୋବାଇଲର ସିଡିଆର, ସର୍ଭିସ ପ୍ରୋଭାଇଡ଼ର ମାଗିଛି ପୋଲିସ । ସିଡ଼ିଆର ଆସିଲେ ରାଜ୍ୟର କେଉଁମାନେ ନକଲି ଔଷଧ କିଣୁଥିଲେ, ସେସବୁର ତଥ୍ୟ ପୋଲିସ ପାଇବା ସହିତ ତଦନ୍ତ ପ୍ରକ୍ରିୟା ଆହୁରି ସହଜ ଏବଂ ଶୀଘ୍ର ହୋଇପାରିବ ବୋଲି ଆଶା କରାଯାଉଛି । ।

Related Articles

Back to top button
WP Twitter Auto Publish Powered By : XYZScripts.com