ଅନ୍ୟାନ୍ୟ

ମୌତ କା କୂଆ: ବାଲଟିଏ ପାଣି ପାଇଁ ବାଜିରେ ଜୀବନ

ମୁମ୍ବାଇ: ପାଣି ପାଇଁ ଚାଲିଛି ବିପଦଜ୍ଜନକ ପ୍ରତିଯୋଗିତା  । ଏମିତି ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ମେଲଘାଟର ଖଳିଆଳ ଗାଁରେ  । ବାଲଟିଏ ପାଣି ପାଇଁ ଜୀବନକୁ ବାଜିରେ ଲଗାଇ ଦେଇଛନ୍ତି ଗ୍ରାମବାସୀ  । ଗାଁରେ ଦେଖିବାକୁ ମିଳିଛି ଜଳକଷ୍ଟ  । ଗାଁରେ ୧୫୦୦ ଜନସଂଖ୍ୟାଙ୍କ ଶୋଷ ମେଣ୍ଟାଇବା ପାଇଁ ୨ଟି କୂପ ରହିଛି  । ହେଲେ କୂଅଟି ପ୍ରାୟତଃ ଶୁଖିଲା ରହୁଥିବାରୁ 2 ରୁ ୩ଟି ଟ୍ୟାଙ୍କର ଗାଁକୁ ପାଣି ଯୋଗାଇଥାନ୍ତି  ।

ଟ୍ୟାଙ୍କରର ପାଣି ଯୋଗାଇବା ବ୍ୟବସ୍ଥା ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବେ  । ପ୍ରତିଦିନ ୨ଟି ଟ୍ୟାଙ୍କର ଆସି ଶୁଖିଲା କୂଅରେ ପାଣି ଭରିଥାଏ  । ଆଉ ଏଠାରୁ ପାଣି ନେବା ପାଇଁ ପ୍ରତିଯୋଗିତା କରିଥାନ୍ତି ଗ୍ରାମବାସୀ  । ତାହା ବି ଅତି ବିପଦଜ୍ଜନକ ଭାବେ ଜୀବନକୁ ବାଜି ଲଗାଇ ଗ୍ରାମବାସୀ ମାନେ କୂଅରୁ ପାଣି କାଢି ଥାଆନ୍ତି  ।

ସେପଟେ ଅପରିଷ୍କାର ପାଣି ପିଇ ବିଭିନ୍ନ ରୋଗର ଶିକାର ହେଉଛନ୍ତି ଗାଁ ଲୋକେ । ଆଉ ଯଦି କେହି ଅସୁସ୍ଥ ହୁଏ ତେବେ ହସ୍ପିଟାଲ ଯିବା ପାଇଁ ଗାଁକୁ ରାସ୍ତା ଟିଏ ବି ନାହିଁ  । ତେବେ ଜଳ ସଙ୍କଟ ଦୂର ପାଇଁ ଗାଁରେ ଚାଲିଛି ଜୀବନ-ମରଣ ଖେଳ  ।

Related Articles

Back to top button
WP Twitter Auto Publish Powered By : XYZScripts.com