ଅନ୍ୟାନ୍ୟ

ଜୟପୁର ବନ୍ଧୁଗାଁ ଜଙ୍ଗଲରେ ମାତିଛି ବାଘ

ଭୁବନେଶ୍ୱର, ୩୦/୧୧/୨୦୨୨-   ମାତିଛି ବାଘ । କୌଣସି କାରଣ ନଥାଇ କେହି ଜଙ୍ଗଲକୁ ଯାଅନାହିଁ । ଡାକବାଜି ଯନ୍ତ୍ର ସାହାଯ୍ୟରେ ସତର୍କ କରାଇବା ସହ ଜଙ୍ଗଲ ବିଭାଗ ଏଭଳି ପୋଷ୍ଟର ମାରିବା ପରେ ଜୟପୁର ବନ୍ଧୁଗାଁ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ରାତିରେ ଘରୁ ନ ବାହାରିବା ସହ ଘର ବାହାରେ କିମ୍ବା ଗୁହାଳରେ ଶୋଇବାକୁ ମନା କରାଯାଇଛି । ସେହିପରି ଜଙ୍ଗଲ ଭିତରେ କିମ୍ବା ବାଘ ଉପସ୍ଥିତି ସ୍ଥାନରେ ନ ବୁଲିବା ପାଇଁ ସତର୍କ କରାଯାଇଛି । ଗତ ସପ୍ତାହରେ ସୀମାନ୍ତ ଝାଙ୍କରକାଲି ଜଙ୍ଗଲରୁ ଏକ ଗୋରୁର କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି । ମଙ୍ଗଳବାର ରାତିରେ ବାଘ ମାରିଥିବା ବଳଦର କିଛି ଅଂଶ ଖାଇଥିବା ଲକ୍ଷ୍ୟ କରାଯାଇଛି । ସେଠାରେ ବାଘର ପାଦ ଚିହ୍ନ ଠାବ ହେବା ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ସୃଷ୍ଟି ହୋଇଛି । ସୀମାନ୍ତରେ ଉଭୟ ଓଡ଼ିଶା ଓ ଆନ୍ଧ୍ରର ବନବିଭାଗର ମିଳିତ ଅପରେସନ ଚାଲିଛି । ସେପଟେ ବାଘର ଗତିବିଧିକୁ ଠାବ କରିବା ପାଇଁ ହାଇଦ୍ରାବାଦରୁ ଏକ ସ୍ୱତନ୍ତ୍ର ଟିମ୍ ଆସିଛି । ସିସିଟିଭି ମଧ୍ୟ ଯାଞ୍ଚ କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com