ଅନ୍ୟାନ୍ୟ

ରଙ୍ଗିପୁର ପଞ୍ଚାୟତର ୭ଟି ଅଙ୍ଗନବାଡି କେନ୍ଦ୍ରରେ ଶିଶୁଙ୍କୁ ଶୀତବସ୍ତ୍ର ଓ ପୋଷାକ ବଣ୍ଟନ

ବ୍ରହ୍ମପୁର, ୧୯/୧୧/୨୦୨୨-   ଗଞ୍ଜାମ ଜିଲ୍ଲା ରଙ୍ଗେଈଲୁଣ୍ଡା ବ୍ଲକ ରଙ୍ଗିପୁର ପଞ୍ଚାୟତର ୭ଟି ଅଙ୍ଗନବାଡି କେନ୍ଦ୍ରରେ ଆଜି ୧୮୦ ଜଣ ଶିଶୁଙ୍କୁ ଶୀତ ବସ୍ତ୍ର ଓ ପୋଷାକ ଓ ଜୋତା ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଆଜି ବ୍ରହ୍ମପୁର ସାଂସଦଙ୍କ ରଙ୍ଗେଇଲୁଣ୍ଡା ପ୍ରତିନିଧି ଅଜିତ କୁମାର ଦାଶ, ସିଡ଼ିପିଓ ଜ୍ୟୋସ୍ନା ପାଢ଼ୀ, ସରପଞ୍ଚ ପ୍ରେମ ରଞ୍ଜନ ପଟ୍ଟନାୟକ, ସମିତି ସଭ୍ୟା କବିତା ରାଣୀ ଦାଶ ସୁପରଭାଇଜର ରଚନା ପ୍ରଧାନ ପ୍ରମୁଖ ଯୋଗ ଦେଇ ୭ଟି ସେଣ୍ଟରର ୧୮୦ଜଣ ଶିଶୁଙ୍କୁ ଶୀତ ବସ୍ତ୍ର, ପୋଷାକ ଓ ଜୋତା ବଣ୍ଟନ କରିଥିଲେ । ତାହା ସହ ଅଙ୍ଗନବାଡି କେନ୍ଦ୍ରଙ୍କୁ ନିୟମିତ ଭାବେ ପଠାଇବାକୁ ଅଭିଭାବକମାନଙ୍କୁ କୁହାଯାଇଥିଲା । ରାଜ୍ୟ ସରକାରଙ୍କ ଏ ଭଳି ପଦକ୍ଷେପଙ୍କୁ ଅଭିଭାବକ ମହଲରେ ପ୍ରଶଂସା କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଅଙ୍ଗନବାଡି କର୍ମୀ ବିଜୟଲକ୍ଷ୍ମୀ ପାଢ଼ୀ, ସ୍ୱପ୍ନାରାଣୀ ପଣ୍ଡା, ସୁନିତା ପଣ୍ଡା, ସହାୟିକା ଓ ଅଭିଭାବକମାନେ ଉପସ୍ଥିତ ଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com