ଅନ୍ୟାନ୍ୟ

୪୫ ବନ୍ଧୁକ ସହ ଏୟାରପୋର୍ଟରୁ ଦମ୍ପତି ଗିରଫ

ନୂଆଦିଲ୍ଲୀ: ଭାରତୀୟ ଦମ୍ପତିଠାରୁ ମିଳିଛି ୪୫ଟି ବନ୍ଧୁକ। ଦିଲ୍ଲୀରେ ଥିବା ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଦମ୍ପତିଙ୍କ ଠାରୁ ଏତେ ପରିମାଣର ବନ୍ଧୁକ ଜବତ କରିଛି କଷ୍ଟମ ବିଭାଗ। ଏବେ ଜବତ ବନ୍ଧୁକ ଗୁଡ଼ିକ ଅସଲି କି ନକଲି, ତା’ର ତଦନ୍ତ କରାଯାଉଛି। ଆତଙ୍କବାଦୀ ନିରୋଧକ ୟୁନିଟ ଏନଏସଜି ଏହି ମାମଲାର ତଦନ୍ତ କରୁଛି। ପ୍ରାଥମିକ ତଦନ୍ତୁ ଜବତ ବନ୍ଧୁକ ଗୁଡ଼ିକ ଅସଲି ବୋଲି ଏନସିଜି ପକ୍ଷରୁ କୁହାଯାଇଛି। ହେଲେ ଦମ୍ପତି ଏତେ ପରିମାଣର ବନ୍ଧୁକ କାହିଁକି ଆଣିଥିଲେ, ତା’ହା ଏବେ ବଡ଼ ପ୍ରଶ୍ନ।

ଏୟାରପୋର୍ଟରୁ ବନ୍ଧୁକ ସହ ଧରାପଡ଼ିଥିବା ଜଗଜିତ ସିଂହ ଓ ଯଶବିନ୍ଦର କୌରଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି। ଏହି ଦମ୍ପତି ଜୁଲାଇ ୧୦ରେ ଭିଏତନାମରୁ ଦିଲ୍ଲୀ ଆସିଥିଲେ। ଏୟାରପୋର୍ଟରେ ଜଗଜିତ ସିଂହ ଦୁଇଟି ଟ୍ରଲି ବ୍ୟାଗରେ ବନ୍ଧୁକ ନେଇ ଯାଉଥିବା ବେଳେ ଧରାପଡ଼ିଛନ୍ତି। ଏହି ବ୍ୟାଗ ତାଙ୍କୁ ତାଙ୍କର ଭାଇ ମନଜୀତ ସିଂହ ଦେଇଥିଲେ।

ମନଜୀତ ଫ୍ରାନ୍ସର ପ୍ୟାରିସରୁ ଆସି ଭିଏତନାମରେ ଓହ୍ଲାଇଥିଲେ। ଏହି ସମୟରେ ସେଠାରେ ଥିବା ଭାଇ ଜଗଜିତ ସିଂହ ଦୁଇଟି ଯାକ ବ୍ୟାଗ ହସ୍ତାନ୍ତର କରିଥିଲେ। ସେଠାରୁ ଜଗଜିତ ଦୁଇଟି ଯାକ ବ୍ୟାଗକୁ ଭାରତ ଆଣିଥିଲେ। ଜବତ ୪୫ଟି ବନ୍ଧୁକର ଦାମ ୨୨, ୫୦,୦୦୦ ହେବ ବୋଲି ଜଣାପଡ଼ିଛି।

ପୂର୍ବରୁ ଏହି ଦମ୍ପତି ତୁର୍କୀରୁ ୨୫ଟି ବନ୍ଧୁକ ଭାରତ ଆଣିଥିବା ସ୍ୱୀକାର କରିଛନ୍ତି। ଏବେ ସେମାନେ କ’ଣ ପାଇଁ ଏତେ ପରିମାଣର ବନ୍ଧୁକ ଭାରତ ଆଣିଥିଲେ, ତା’ର ତଦନ୍ତ କରାଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com