ଅନ୍ୟାନ୍ୟ

ସୀମାନ୍ତରେ ‌୧୫୦,୦୦୦ରୁ ଅଧିକ ରୁଷୀୟ ସେନା ଉପସ୍ଥିତ; ୟୁକ୍ରେନ୍‌ ଆକ୍ରମଣର ଯଥେଷ୍ଟ ସମ୍ଭାବନା ଅଛି: ବାଇଡେନ୍‌

ୱାସିଂଟନ୍‌: ଏବେ ମଧ୍ୟ ସୀମାନ୍ତରେ ୧୫୦,୦୦୦ରୁ ଅଧିକ ରୁଷୀୟ ସେନା ଉପସ୍ଥିତ ଥିବାରୁ ୟୁକ୍ରେନ୍‌ ଉପରେ ଆକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ଅଛି ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ’ ବାଇଡେନ୍‌ ମଙ୍ଗଳବାର ଦିନ କହିଛନ୍ତି।

ସେ କହିଛନ୍ତି, ୟୁକ୍ରେନ୍‌ ସଙ୍କଟ ସମାଧାନ ପାଇଁ ଏବେ ମଧ୍ୟ ସମୟ ଅଛି। ଏଥିସହ ସେ ସତର୍କବାଣୀ ଶୁଣାଇ କହିଛନ୍ତି ଯେ, ଯଦି ରୁଷୀୟ ସେନା ୟୁକ୍ରେନ୍‌ ଆକ୍ରମଣ କରନ୍ତି ରୁଷ୍‌ ପ୍ରତି ଲାଗୁ ହେବା ପାଇଁ କଟକଣା ସବୁ ପ୍ରସ୍ତୁତ କରି ରଖାଯାଇଛି।

ସୈନ୍ୟ ପ୍ରତ୍ୟାହାର ସଂକ୍ରାନ୍ତରେ ରୁଷ୍‌ ଦାବି କରୁଥିଲେ ବି ୱାସିଂଟନ୍‌ ଏବଂ ତା’ର ମିତ୍ରମାନେ ୟୁକ୍ରେନ୍‌ ସୀମାନ୍ତରେ ରୁଷ୍‌ ଠୁଳ କରିଥିବା ୧୫୦,୦୦୦ ସୈନିକ ବିଷୟରେ ଯାଞ୍ଚ୍‌ କରିନାହିଁ।

ବାଇଡେନ୍‌ ଆହୁରି ମଧ୍ୟ କହିଛନ୍ତି ଯେ, ସେମାନେ ଆକ୍ରମଣ କରିବା ଅବସ୍ଥାରେ ଅଛନ୍ତି ବୋଲି ସମୀକ୍ଷକମାନେ କହୁଛନ୍ତି। ସେ ଯାହା ହେଉ ନା, କହିଁକି, ସବୁ ପରିସ୍ଥିତି ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ପ୍ରସ୍ତୁତ ହୋଇ ରହିଛି। ଆମେ କୂଟନୀତି ପାଇଁ ବି ପ୍ରସ୍ତୁତ ରହିଛୁ।

ରୁଷ୍‌ ଯଦି ୟୁକ୍ରେନ୍‌ ଆକ୍ରମଣ କରେ, ତେବେ ନିର୍ଣ୍ଣାୟକ ମୁକାବିଲା ପାଇଁ ବି ଆମେ ପ୍ରସ୍ତୁତ ରହିଛୁ। ଆକ୍ରମଣର ଯଥେଷ୍ଟ ସମ୍ଭାବନା ରହିଛି। ଆକ୍ରମଣ ହେଲେ, ଲାଗୁହେବା ପାଇଁ କଠ‌ୋର କଟକଣା ସବୁ ବି ପ୍ରସ୍ତୁତ ହୋଇ ରହିଛି।

ସୂଚନାଯୋଗ୍ୟ, ପୂର୍ବରୁ ମସ୍କୋ ପ୍ରତିରକ୍ଷା ମନ୍ତ୍ରାଳୟ ଘୋଷଣା କରିଥିଲା ଯେ, ନିର୍ଦ୍ଧାରିତ ସମରାଭ୍ୟାସ ପରେ କେତେକ ସୈନ୍ୟ ଓ ଯୁଦ୍ଧ ସାମଗ୍ରୀ ସୀମାନ୍ତ ଅଞ୍ଚଳରୁ ହଟି ଯାଇ ସେମାନଙ୍କ ‘ବେସ୍‌’କୁ ଫେରିଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com