ଅନ୍ୟାନ୍ୟ

PGI ନାମ ଲେଖା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ଅନୁମତି ସେପ୍ଟେମ୍ବରରେ ହେବ ନାମଲେଖା

କ୍ୟାପିଟାଲ ହସ୍ପିଟାଲରେ ପିଜିଆଇ ନାମଲେଖା ପାଇଁ ଦୁଇଟି ବିଭାଗକୁ ନ୍ୟାସନାଲ ମେଡିକାଲ କମିସନ ଅନୁମୋଦନ କରିଛି। ଯାହାଦ୍ବାରା ଆସନ୍ତା ସେପ୍ଟେମ୍ବରରେ ହେବାକୁ ଥିବା କାଉନସେଲିଂରେ ନାମଲେଖା ହୋଇ ପାଠ ପଢାଯିବ ବୋଲି ଜଣାପଡିଛି । ଚଳିତ ବର୍ଷ ପ୍ରାଥମିକ ପର୍ଯ୍ୟାୟରେ ୬ଟି କ୍ଲିନିକାଲ ବିଭାଗରେ ପିଜିଆଇ ପାଠ୍ୟକ୍ରମ ନେଇ ଏନଏମ୍‌ସି ତଦାରଖ କରିଥିଲା । କିନ୍ତୁ ଦୁଇଟି ବିଭାଗକୁ ନାମଲେଖା ପାଇଁ ସବୁଜ ସଙ୍କେତ ମିଳିଛି । ଭେଷଜ ବିଭାଗରେ ୫ଟି ସିଟ ଓ ଅସ୍ଥିଶଲ୍ୟ ବିଭାଗରେ ୨ ସିଟ ପାଇଁ ନାମଲେଖା ହେବ। ଅନ୍ୟ ଚାରି ବିଭାଗ ଏମିତିକି ଶଲ୍ୟ, ସ୍ତ୍ରୀ ଓ ପ୍ରସୂତି ବିଭାଗ, ଶିଶୁ ବିଭାଗ ଏବଂ ଛାତି ବିଭାଗରେ ଆସନ୍ତା ସପ୍ତାହ ମଧ୍ୟରେ ଏନଏମ୍‌ସି ଅନୁମୋଦନ ଦେବ ବୋଲି ଚିକିତ୍ସାଳୟ କର୍ତ୍ତୃପକ୍ଷ ଆଶା ରଖିଛନ୍ତି ।

ସେହିପରି ପିଜିଆଇ ନିମନ୍ତେ ଏକ ସ୍ବତନ୍ତ୍ର ୱେବସାଇଟ କରାଯାଉଛି। ଯାହା ଖୁବଶୀଘ୍ର କାର୍ଯ୍ୟକାରୀ ହେବ। ଅନ୍ୟପକ୍ଷରେ ମୋଟ ୧୫ଟି ବିଭାଗରେ ଶିକ୍ଷାଦାନ ଦିଆଯିବ। ଯେଉଁଥିରେ ୧୧ କ୍ଲିନିକାଲ ଓ ୪ ନନ କ୍ଲିନିକାଲ ବିଭାଗକୁ ମନୋନୟନ କରାଯାଇଛି । ମୋଟ ୫୩ ଛାତ୍ରଛାତ୍ରୀ ପାଠ ପଢିବେ। ଏଥିପାଇଁ ସ୍ୱତନ୍ତ୍ର ଭାବେ ଛାତ୍ରାବାସ, ପାଠାଗାର ପ୍ରଶାସନିକ କାର୍ଯ୍ୟାଳୟ ରହିବ। ପିଜିଆଇରେ ମୋଟ ୧୫ ବିଭାଗରେ ୧୭୮ ପଦବୀ ରହିଛି । ଶିକ୍ଷାଦାନରେ ୧୨୦, ଅନ୍ୟ କାର୍ଯ୍ୟ  ପାଇଁ ୫୦ ଏବଂ କାର୍ଯ୍ୟାଳୟ ପାଇଁ ୮ ଜଣଙ୍କୁ ନିଯୁକ୍ତି ମିଳିବ`।

Related Articles

Back to top button
WP Twitter Auto Publish Powered By : XYZScripts.com