ଅନ୍ୟାନ୍ୟ

ଘାଇକୁ ବସ୍ ଓଲଟି ୫ ମୃତ ,୧୫ ଆହତ

ଜମ୍ମୁ-କାଶ୍ମୀରର କଠୱାରେ ଏକ ମିନିବସ୍ ଘାଇକୁ ଖସିପଡିଛି । ଫଳରେ ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଆହତ ମାନଙ୍କୁ ନିକସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ବସଟି କେଉଁଠାକୁ ଯାତ୍ରା କରୁଥିଲା ତାହା ଜଣାପଡି ନାହିଁ । ଏହି ଦୁର୍ଘଟଣା ସମ୍ପର୍କରେ ନିକଟସ୍ଥ ପୋଲିସ ଖବର ପାଇ ଘଟଣାସ୍ଖଳରେ ପହଞ୍ଚିବା ସହ ଆହତମାନଙ୍କୁ ଉଦ୍ଧାର କରିଛି । ଏଥିସହିତ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇଛି ।

ତେବେ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମିନିବସଟି ଘାଟିରେ ଭାରସ୍ୟାମ ହରାଇ ଘାଇକୁ ଖସିପଡିଥିଲା । ଫଳରେ ଏପରି ଏକ ଦୁର୍ଘଟଣା ଘଟିଛି । ତେବେ ବସରେ ଥିବା ଯାତ୍ରୀମୀନଙ୍କ ବିଷୟରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଓାହତମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ମଧ୍ୟ ପଚରା ଉଚରା କରୁଥିବା ଡଣାପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com