ଅନ୍ୟାନ୍ୟ

ନକଲି ଗୁଟଖା କାରଖାନାରୁ ଅଢେ଼ଇ କୋଟିରୁ ଅଧିକ ଟଙ୍କାର ସାମଗ୍ରୀ ଜବତ

ବ୍ରହ୍ମପୁର, ୩୧/୦୮/୨୦୨୨-  ବ୍ରହ୍ମପୁର ସହର ଉପକଣ୍ଠ ବାଉଁସିଆପଲ୍ଲୀରେ ତିନୋଟି ନକଲି ଗୁଟଖା କାରଖାନା ଠାବ କରିଛି ସଦର ଥାନା ପୁଲିସ । ବ୍ରହ୍ମପୁର ଏସ.ପି ସର୍ବଣା ବିବେକଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ଚଢ଼ାଉ କରି ଅଢେ଼ଇ କୋଟିରୁ ଅଧିକ ଟଙ୍କାର ପ୍ୟାକିଂ ମେସିନ, ମସଲା ଓ କଞ୍ଚାମାଲକୁ ଜବତ କରିଛି ।

ଏକ ବିଶେଷ ସୂତ୍ରରୁ ଖବର ପାଇ ଏହି ଚଢାଉ ବେଳେ ତିନି କାରଖାନାର ମାଲିକ ନରେନ୍ଦ୍ର ସାହୁଙ୍କୁ ଅଟକ ରଖିବା ସହ କାରଖାନାରେ କାର୍ଯ୍ୟରତ ୧୫ରୁ ଉର୍ଦ୍ଧ୍ୱ କର୍ମଚାରୀଙ୍କୁ ପୁଲିସ ଅଟକ ରଖିଛି । ଏହି ସମସ୍ତ ଗୁଟଖା ବ୍ରହ୍ମପୁର ସମେତ ବାହାର ଜିଲ୍ଲାକୁ ବେଆଇନ ଭାବେ ବିକ୍ରି ଲାଗି ପଠାଯାଉଥିଲା । ବହୁ ବର୍ଷଧରି ଏହି ନକଲି କାରଖାନା ଚାଲିଥିବା ବେଳେ ବର୍ତ୍ତମାନ ବ୍ରହ୍ମପୁର ବଡ଼ ସଫଳତା ପୁଲିସକୁ ମିଳିଛି । ସମସ୍ତ କାରଖାନାକୁ ସିଲ୍ କରିବା ସହ ମାଲିକ ନରେନ୍ଦ୍ର ସାହୁଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି ସଦର ପୁଲିସ । ଅନ୍ୟପଟେ  ବ୍ରହ୍ମପୁର ଏସପି ମଧ୍ୟ ଏକ ଟିମ ସହ ଉକ୍ତ କାରଖାନାକୁ ଆସି ତଦନ୍ତ କରି ଫେରିଥିବା ଜଣାପଡିଛି ।

ସେଠାରୁ ପୁଲିସ ବିଭିନ୍ନ କମ୍ପାନୀର ଗୁଟଖା, ଧନିଆ, ପାନହୁରୀ, ଟ୍ୟାବାକୋ ପତ୍ର, ଧଳା ଚୂନ, ଓଜନ ମେସିନ୍, ମିଶ୍ରଣ ମେସିନ୍, ବିଭିନ୍ନ ବ୍ରାଣ୍ଡର ଖାଲି ପଲିଥିନ ପ୍ୟାକ୍, ବିଭିନ୍ନ ବ୍ରାଣ୍ଡର ରିଲ୍ସ ଏବଂ ପ୍ୟାକିଂ ମେସିନ୍  ଇତ୍ୟାଦି ସାମଗ୍ରୀ ଜବତ କରିଛି । ପୁଲିସ ଯାଞ୍ଚ ବେଳେ ସେମାନେ ପ୍ରସ୍ତୁତି ସମ୍ପର୍କିତ କୌଣସି ଲାଇସେନ୍ସ କାଗଜପତ୍ର ଦେଖାଇପାରିନଥିଲେ । ଏହି ଚଢାଉରେ ସଦର ଥାନା ଓ ନିମାଖଣ୍ଡି ଫାଣ୍ଡିର ବହୁ ଅଧିକାରୀ ସାମିଲ ହୋଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com