ଅନ୍ୟାନ୍ୟ

ଜାନୁଆରୀରୁ କଲେଜରେ ସାଇବର ଶିକ୍ଷା

ଭୁବନେଶ୍ୱର, ୦୯/୧୨/୨୦୨୨ –  ସାଇବର ଅପରାଧକୁ ରୋକିବା ନେଇ ଆଉ ଏକ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ । ସ୍କୁଲ ପରି କଲେଜରେ ମଧ୍ୟ ଦିଆଯିବ ସାଇବର ଶିକ୍ଷା । ଏନେଇ ପୋଲିସ ତାର ଅଭିଯାନ ଆରମ୍ଭ କରିସାରିଛି । ଜାନୁଆରୀ ପହିଲାରୁ କଲେଜରେ ସାଇବର ଅପରାଧ ସମ୍ପର୍କିତ ଶିକ୍ଷାଦାନ କରାଯିବ । ପୂର୍ବରୁ କମିଶନରେଟ୍ ପୋଲିସ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ କିଛି ସ୍କୁଲରେ ଏହି ସମ୍ପର୍କିତ ଶିକ୍ଷା ଦିଆଯାଉଛି । କେହି ସାଇବର ଠକାମିର ଶିକାର ହେଲେ ଛାତ୍ରଛାତ୍ରୀମାନେ ସିଧାସଳଖ ପୋଲିସ ସହ ଯୋଗାଯୋଗ କରିବାକୁ କୁହାଯାଇଛି । ଏଥିସହିତ ଟ୍ରାଫିକ, ନିଶା କାରବାର, ଆତ୍ମହତ୍ୟା ଉପରେ ପିଲାମାନଙ୍କୁ ସଚେତନ କରାଯାଉଛି । ଏହି କାର୍ଯ୍ୟଗୁଡିକରେ ସିପି, ଡିସିପି ଓ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ସାଇବର ସଚେତନତାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com