ଅନ୍ୟାନ୍ୟ

ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହିଂସା ଘଟଣା: ୯ ଆହତ, ୯ ଗିରଫ

ନୂଆଦିଲ୍ଲୀ() ଶନିବାର ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଦିଲ୍ଲୀ ଜାହାଙ୍ଗୀରପୁରାରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ମାର୍‌ପିଟ ହୋଇଥିଲା। ଏଥିରେ ପୋଡ଼ାଜଳା ହେବା ସହିତ କିଛି ପୁଲିସ ଅଫିସର ଆହତ ମଧ୍ୟ ହୋଇଥିଲେ। ଏହି ମାମଲାରେ ୯ ଜଣଙ୍କୁ ଗିରଫ କରାଯାଇିଛି। ଏମାନଙ୍କ ବିରୋଧରେ ଏଫ୍‌ଆଇଆର୍ ରୁଜୁ କରି ପୁଲିସ ତଦନ୍ତ ଚଳାଇଛି।

ପୁଲିସର ସୂଚନା ଅନୁସାରେ, ଶନିବାର ସନ୍ଧ୍ୟାରେ ୬ଟା ବେଳେ ଶୋଭାଯାତ୍ରା ସମୟରେ ଗୋଟିଏ ପକ୍ଷ ଅନ୍ୟ ପକ୍ଷର ଲୋକଙ୍କ ଉପରେ ଟେକା ପଥର ମାଡ଼ କରିଥିଲେ। ତା ସହିତ ଗାଡ଼ି ପୋଡ଼ି ଦେଇଥିଲେ। ହିଂସାରେ ପୁଲିସକର୍ମୀମାନେ ଆହତ ହେବା ପରେ ବହୁ ସଂଖ୍ୟାର ପୁଲିସ ମୁତୟନ କରାଯାଇ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇଛି। ହିଂସା ପରେ ତୁରନ୍ତ ପୁଲିସ ମାମଲାର ତଦନ୍ତ କରିଥିଲା। ୯ ଜଣଙ୍କ ବିରୋଧରେ ଏଫ୍‌ଆଇଆର୍ ରୁଜୁ ହେବା ସହିତ ସେମାନଙ୍କୁ ଗିରଫ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ହିଂସାରେ ମୋଟ ୯ ଜଣ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୮ ଜଣ ପୁଲିସ ରହିଥିବା ବେଳେ ଜଣେ ସ୍ଥାନୀୟ ଲୋକେ ରହିଛନ୍ତି। ଆହତମାନଙ୍କୁ ବାବୁ ଜଗଜୀବନ ରାମ ମେମୋରିଆଲ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଜଣେ ସବ୍‌ ଇନ୍ସପେକ୍ଟରଙ୍କ ଶରୀରରେ ଗୁଳି ବାଜିଛି।

ମାମାଲାରେ ତଦନ୍ତ ପାଇଁ ଡ୍ରୋନ୍‌ ଓ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି। ଛାତରୁ ପଥର ଫିଙ୍ଗା ହେଇଛିକି ନାହିଁ ଦିଲ୍ଲୀ ପୁଲିସ ଡ୍ରୋନ୍ ବ୍ୟବହାର କରୁଛି। ଲୋକମାନେ ପୁଲିସ ସାମ୍ନାରେ ଖଣ୍ଡା ବୁଲାଉଥିବାର ଦେଖାଯାଇଛି। ରବିବାର ସକାଳ ପର୍ଯ୍ୟନ୍ତ ବ୍ୟାପକ ସୁରକ୍ଷାକର୍ମୀ ମୁତୟନ କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com