ଅନ୍ୟାନ୍ୟ

ଘାଟି ତଳକୁ ଖସିପଡିଲା ବରଯାତ୍ରୀ ଗାଡି, ୧୧ ଜଣଙ୍କର ମୃତ୍ୟୁ

ଡେରାଡୁନ() ଉତ୍ତରାଖଣ୍ଡର ଚମ୍ପାୱାତ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି | ସୋମବାର ବିଳମ୍ବିତ ରାତିରେ ଏକ ବୋଲେରୋ ଘାଟି ତଳକୁ ଖସିପଡିଛି | ଏହି ଦୁର୍ଘଟଣାରେ ଚାରିଜଣ ମହିଳାଙ୍କ ସମେତ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁତର ଆହତ ଡ୍ରାଇଭର ଏବଂ ଅନ୍ୟ ଜଣେ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ୧୨ଜଣ ବରଯାତ୍ରୀଙ୍କୁ ନେଇ ଏହି ବୋଲେରୋ ବିବାହ ପରେ ଗାଁକୁ ଫେରୁଥିବାବେଳେ ଯେତେବେଳେ ରିଥା-ସୁଖିଦାଙ୍ଗ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା।

ପୁଲିସର ସୂଚନା ମୁତାବକ ସୁଖିଦାଙ୍ଗର କାକନାଇ ଗାଁର ମନୋଜ ସିଂହଙ୍କ ପୁଅ ଲକ୍ଷ୍ମଣ ସିଂହଙ୍କ ପୁଅର ବରଯାତ୍ରୀ ସୋମବାର ଦିନ ଟନକପୁର ଯାଇଥିଲେ | ଆଉ ବିବାହ ସାରି ବରଯାତ୍ରୀ ଫେରୁଥିବାବେଳେ ରାତି ପ୍ରାୟ ଦଶଟା ବେଳେ ଗାଡିଟି ଧେକଧୁଙ୍ଗା ଘାଟିରୁ ତଳକୁ ଖସିପଡିଥିଲା | ଏହି ଦୁର୍ଘଟଣାରେ ସାତ ଜଣ ପୁରୁଷ ଏବଂ ଚାରିଜଣ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମଙ୍ଗଳବାର ସକାଳେ ଗ୍ରାମବାସୀ ସଡ଼କ ଦୁର୍ଘଟଣା ବିଷୟରେ ଜାଣିବା ମାତ୍ରେ ପୁଲିସକୁ ଖବର ଦିଆଯାଇଛି।

ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଗୁରୁତର ଆହତ ଡ୍ରାଇଭର ପ୍ରକାଶ ରାମ ଏବଂ ଅନ୍ୟ ଜଣେ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ କାକନାଇ ଗାଁରେ ଶୋକର ଛାୟା ଖେଳିଯାଇଛି |

Related Articles

Back to top button
WP Twitter Auto Publish Powered By : XYZScripts.com