ଅନ୍ୟାନ୍ୟ

ଭାରତର ପ୍ରଥମ ଗୋଲ୍ଡ ଏଟିଏମ୍ : ଟଙ୍କା ବଦଳରେ ବାହାରିବ ସୁନା

ଭୁବନେଶ୍ୱର, ୦୬/୧୨/୨୦୨୨-   ଆପଣ ନିଶ୍ଚିତ ଭାବରେ ATMରୁ ଟଙ୍କା ଡିପୋଜିଟ ଆଉ ଉଠାଣ କରୁଥିବାର ଦେଖିଥିବେ । ବର୍ତ୍ତମାନ ଏହିପରି ଏକ ସୁବିଧା ଆରମ୍ଭ ହୋଇଛି, ଯାହା ମାଧ୍ୟମରେ ଆପଣ ATMରୁ ସୁନା କାଢି ପାରିବେ । ବାସ୍ତବରେ ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ପ୍ରଥମ ରିଅଲ ଟାଇମ ସୁନା ATM ସ୍ଥାପନ କରାଯାଇଛି । ହାଇଦ୍ରାବାଦ ଭିତ୍ତିକ କମ୍ପାନୀ ଗୋଲ୍ଡସିକ୍କା ପିଭି ଲିମିଟେଡ୍ ଓପନ୍ କ୍ୟୁବ୍ ଟେକ୍ନୋଲୋଜି ସାହାଯ୍ୟରେ ଏହି ATM ସଂସ୍ଥାପନ କରିଛି ।

ଗ୍ରାହକମାନେ ATM ମାଧ୍ୟମରେ ସୁନା ମୁଦ୍ରା କିଣିବା ପାଇଁ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ବ୍ୟବହାର କରିପାରିବେ । ସୁନା କିଣିବା ଏବଂ ବିକ୍ରୟ ବ୍ୟବସାୟରେ ଥିବା ଗୋଲ୍ଡିକ୍କାର CEO ସି. ତାରୁଜଙ୍କ ଅନୁଯାୟୀ, ଲୋକମାନେ ଏହି ATM ବ୍ୟବହାର କରି ୦.୫ ଗ୍ରାମରୁ ୧୦୦ ଗ୍ରାମ ପର୍ଯ୍ୟନ୍ତ ସୁନା ମୁଦ୍ରା କିଣି ପାରିବେ । ଏହି ATMରେ ଥିବା ସୁନା ମୂଲ୍ୟ ଲାଇଭ୍ ଅପଡେଟ୍ ହେବ । ୨୪ ଘଣ୍ଟା ସୁନା ATM ସେବା ଉପଲବ୍ଧ ହେବ । ଆସନ୍ତା ୨ ବର୍ଷ ମଧ୍ୟରେ ଭାରତରେ ପ୍ରାୟ ୩୦୦୦ ଗୋଲ୍ଡ  ATM  ଖୋଲିବାକୁ କମ୍ପାନୀ ଯୋଜନା କରିଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com