ଅନ୍ୟାନ୍ୟ

ଆଜି ହସ୍ପିଟାଲରୁ ଘରକୁ ଫେରିବେ ରାହୁଲ ସାହୁ

ବିଳାଶପୁର, 25/06/22 : ଆଜି ଚିକିତ୍ସାଳୟରୁ ଘରକୁ ଫେରିବେ ଛତିଶଗଡ଼ର ଜାଞ୍ଜଗିର ଜିଲ୍ଲାର ବୋରୱେଲରେ ଖସିପଡିଥିବା ରାହୁଲ ସାହୁ । ରାହୁଲ ଏବେ ସୁସ୍ଥ ଅଛନ୍ତି । ଚଲାବୁଲା କରିବା ସହିତ ମୋବାଇଲ ଦେଖି ଗୀତ ଶୁଣୁଥିବା ଦେଖିବାକୁ ମିଳିଥିଲା । ରାହୁଲ, କଥା କହିଶୁଣି ପାରୁନଥିବା ଦିବ୍ୟାଙ୍ଗ ବାଳକ ହୋଇଥିବାରୁ ଏବେ ରାହୁଲର ସ୍ପିଚ୍ ଥେରାପୀ ଚିକିତ୍ସା ଉପରେ ଚିକିତ୍ସକମାନେ ଗୁରୁତ୍ୱ ଦେଉଥିବା କୁହାଯାଉଛି । ବୋରୱେଲ ଭିତରୁ ଉଦ୍ଧାର ହେବା ପରେ ରାହୁଲଙ୍କୁ ଛତିଶଗଡ଼ର ବିଳାଶପୁର ସ୍ଥିତ ଆପଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ଏକ ଚିକିତ୍ସକ ଦଳ ରାହୁଲଙ୍କ ଚିକିତ୍ସା କରୁଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com