ଅନ୍ୟାନ୍ୟ

୨ ଋଷ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚର ତଦନ୍ତ

ଭୁବନେଶ୍ୱର, ୩୧/୧୨/୨୦୨୨-  ୨ ଋଷ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚର ୧୨ ଜଣିଆ ଟିମ୍ ରାୟଗଡାରେ ପହଞ୍ଚି ତଦନ୍ତ କରୁଛନ୍ତି । ଯେଉଁ ରୁମରେ ବିଦେଶ ପର୍ଯ୍ୟଟକ ରହିଥିଲେ ଓ ଯେଉଁସ୍ଥାନରୁ ତାଙ୍କର ମୃତ ଦେହ ପଡିଥିଲା, ସେ ସବୁ ସ୍ଥାନରେ ଫରେନସିକ୍ ଟିମ୍ ସହାୟତାରେ ତଦନ୍ତ କରାଯାଇଛି । ଏଥିସହ ହୋଟେଲ ମ୍ୟାନେଜର, କର୍ମଚାରୀଙ୍କ ସମେତ ପୋଷ୍ଟମର୍ଟମ କରିଥିବା ଡାକ୍ତରଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ପଚରା ଉଚରା କରିଛନ୍ତି । ଶନିବାର ଋଷ ପର୍ଯ୍ୟଟକ ପାୱେଲ ଆଣ୍ଟୋଭଙ୍କ ଶେଷକୃତ୍ୟ ହୋଇଥିବା ଶ୍ମଶାନକୁ ଯାଇ ନମୁନା ସଂଗ୍ରହ କରି ଲାବକୁ ପଠାଯିବ ବୋଲି ଜଣାପଡ଼ିଛି । ଋଷୀୟ ସାଂସଦ ପାୱେଲଙ୍କ ମୃତ୍ୟୁ ଏକ ଅନ୍ତର୍ଜାତୀୟ ପ୍ରସଙ୍ଗ ହୋଇଥିବାରୁ, ତାଙ୍କର ମୃତ୍ୟୁ କେମିତି ହେଲା ତାର କାରଣ ଖୋଜିବାକୁ ତଦନ୍ତକୁ କ୍ରାଇମବ୍ରାଞ୍ଚ ଜୋରଦାର କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com