ଅନ୍ୟାନ୍ୟ

ସ୍ନେକ ହେଲ୍ପ ଲାଇନ ଉଦ୍ଧାର କଲା ୭ ଫୁଟର ଅଜଗର

ବ୍ରହ୍ମପୁର, ୦୭ /୧୦/୨୦୨୨-  ବ୍ରହ୍ମପୁର ସହର ଉପକଣ୍ଠ ମଦମୋହନପୁର ଗ୍ରାମର ନାୟକ ସାହିରୁ ଗୁରୁବାର ବିଳମ୍ବିତ ରାତ୍ରିରେ ଏକ ଅଜଗର ସାପକୁ ଉଦ୍ଧାର କରିଛି ସ୍ନେକ ହେଲ୍ପ ଲାଇନ । ଏକ ବିରାଟ ସାପକୁ ଦେଖି ସ୍ଥାନୀୟ ବାସିନ୍ଦାମାନେ ସ୍ନେକ ହେଲ୍ପ ଲାଇନକୁ ଯୋଗାଯୋଗ କରିଥିଲେ । ଏହାପରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ୱାଧିନ କୁମାର ସାହୁ ପହଞ୍ଚି ଅଜଗର ସାପଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର ସାପଟିର ଲମ୍ବ ୭ ଫୁଟ ।  ଲଗାଣ ବର୍ଷା ଯୋଗୁଁ ସାପଟି ଜନବସତି ମୁହାଁ ହୋଇଥିବା ସେ କହିଛନ୍ତି । ଅଜଗର ସାପଟିକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିବା ବେଳେ ତାକୁ ନିକଟସ୍ଥ ସଂରକ୍ଷିତ ଜଙ୍ଗଳରେ ଛଡାଯିବ ବୋଲି ବନାଞ୍ଚଳ ଅଧିକାରୀ ରଜତ କୁମାର ମିଶ୍ର ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com