ଅନ୍ୟାନ୍ୟ

୩ ଓଡ଼ିଆ ପାଇଲେ ପଦ୍ମ ପୁରସ୍କାର

ଭୁବନେଶ୍ୱର, ୦୬/୦୪/୨୦୨୩ –    ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମଙ୍ଗଳବାର ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି । ତେବେ ପୁରସ୍କୃତ ହୋଇଥିବା ୫୪ ଜଣଙ୍କ ମଧ୍ୟରେ ରହିଛନ୍ତି ୩ ଓଡିଆ ପୁଅ ଝିଅ । ଏହି ୩ ଜଣ ହେଉଛନ୍ତି ପଟ୍ଟାୟତ ସାହୁ , କ୍ରିଷ୍ଣା ପଟେଲ ଏବଂ ଅନ୍ତର୍ଯ୍ୟାମୀ ମିଶ୍ର । ରାଷ୍ଟ୍ରପତି ଭବନର ଦରବାର ହଲରେ ଆୟୋଜିତ ଏହି ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏମାନଙ୍କୁ ପୁରସ୍କୃତ କରିଥିଲେ ।

ତେବେ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ଅନ୍ତର୍ଯ୍ୟାମୀ ମିଶ୍ର , କଳାରେ କ୍ରିଷ୍ଣା ପଟେଲ ଏବଂ ପଟ୍ଟାୟତ ସାହୁଙ୍କୁ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି । ସ୍ୱାସ୍ଥ୍ୟଗତ ସମସ୍ୟାରୁ ଅନ୍ତର୍ଯ୍ୟାମୀ ମିଶ୍ର ମଞ୍ଚ ଉପରକୁ ନଆସି ପାରିବାରୁ ରାଷ୍ଟ୍ରପତି ତଳକୁ ଆସି ତାଙ୍କୁ ସମ୍ମାନୀତ କରିଥିଲେ । ସେପଟେ ପ୍ରଥମ ଥର ପାଇଁ ପଦ୍ମ ପୁରସ୍କାର ସମ୍ପର୍କିତ କୁଇଜରେ ଭାଗନେଇ ମନୋନୀତ ହୋଇଥିବା ଦେଶର ୨୦ ଜଣ ବ୍ୟକ୍ତିଙ୍କୁ ଏହି ଉତ୍ସବରେ ଯୋଗଦେବା ପଇଁ ଭାରତ ସରକାରଙ୍କ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା ।

ତେବେ ଏଥି ମଧ୍ୟରେ ଓଡିଶାରୁ ଏକମାତ୍ର ବ୍ୟକ୍ତି ଭାବେ ଝାରସୁଗୁଡାର ମାରୱାଡିପଡା ୟୁପି ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ପତି ଏହି ଉତ୍ସବରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ, ଲୋକସଭା ବାଚସ୍ପତି ଓମ ବିର୍ଲ୍ଲା, ଗୃହମନ୍ତ୍ରୀ ଅମିତ ଶାହା ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ପ୍ରମୁଖ ଯୋଗ ଦେଇଥିଲେ । ତେବେ ଏହି ସଫଳତା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୩ ଓଡିଆଙ୍କୁ ଟ୍ୱିଟ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com