ଅନ୍ୟାନ୍ୟ

ସୂର୍ଯ୍ୟନଗରୀ ଏକ୍ସପ୍ରେସ ଲାଇନଚ୍ୟୁତ : ୧୦ ଆହତ

ପାଲି, ୦୨/୦୧/୨୦୨୩-   ବାନ୍ଦ୍ରା ଟର୍ମିନାଲରୁ ଯୋଧପୁର ଅଭିମୁଖେ ଯାଉଥିବା ସୂର୍ଯ୍ୟନଗରୀ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି । ସୋମବାର ରାଜସ୍ଥାନର ପାଲିରେ ଏହି ଦୁର୍ଘଟଣା ଘଟିଛି । ଉଦ୍ଧାରକାରୀ ଟିମ୍‌ ଟ୍ରେନ ଦୁର୍ଘଟଣାରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିଛନ୍ତି । ଏହି ଘଟଣାରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ମୃତାହତ ନେଇ କୗେଣସି ସୂଚନା ମିଳିନଥିବା ଉତ୍ତର-ପଶ୍ଚିମ ରେଲୱେ ଅଧିକାରୀ କହିଛନ୍ତି ।

ସୋମବାର ଭୋର୍ ସମୟରେ ଯୋଧପୁର କ୍ଷେତ୍ରର ରାଜକିୟାବାସ-ବୋମଦରା ସେକ୍ସନ ମଧ୍ରେ ଟ୍ରେନର ୮ଟି ବଗି ଲାଇନଚ୍ୟୁତ ହାେଇ ଯାଇଥିଲା ।  ଘଟଣାସ୍ଥଳରେ ଉଚ୍ଚ ଅଧିକାରୀମାନେ ପହଞ୍ଚିଛନ୍ତି । ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣା ପରେ ପ୍ରାୟ ୧୨ ଟ୍ରେନର ଗତିପଥ ପରିବର୍ତ୍ତନ କରାଯିବା ସହ ୨ଟି ଟ୍ରେନକୁ ବାତିଲ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com