Featuredଅନ୍ୟାନ୍ୟ

‘ଇଣ୍ଡିଆ’ ମେଣ୍ଟକୁ ବଡ ଝଟକା

୩ ରାଜ୍ୟରେ ବିଜେପିର ବଡ ବିଜୟ ପରେ ଏବେ ବିରୋଧୀ ଇଣ୍ଡିଆ ମେଣ୍ଟକୁ ଲାଗିଛି ବଡ ଝଟକା । ଆସନ୍ତା ବୁଧବାର ବିରୋଧୀ ଇଣ୍ଡିଆ ମେଣ୍ଟର ବୈଠକ ହେବାକୁ ଥିବାବେଳେ, ଏହି ବୈଠକରେ ଯୋଗଦେବେନି ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ । ତେବେ ଏହି ବୈଠକରେ ତୃଣମୂଳ କଂଗ୍ରେସର କୌଣସି ବି ନେତା ଯୋଗ ଦେବେନି ବୋଲି ସୂଚନା ମିଳିଛି ।

ମିଳିଥିବା ସୂଚନା ମୁତାବକ, ବିରୋଧୀ ମେଣ୍ଟର ଏହି ବୈଠକ ନେଇ ତୃଣମୂଳ କଂଗ୍ରେସକୁ କୌଣସି ଖବର ଦିଆଯାଇନି । ତେଣୁ ଏଥିପାଇଁ ମମତା ବାନାର୍ଜୀ ଏହି ଦିନ ତାଙ୍କ କାର୍ଯ୍ୟକ୍ରମ ରଖିଛନ୍ତି । ଏହି କାରଣରୁ ସେ ଆସନ୍ତା ବୁଧବାର ଦିନ ହେବାକୁ ଥିବା ବିରୋଧୀ ଇଣ୍ଡିଆ ମେଣ୍ଟର କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେନି ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ନିର୍ବାଚନ ହୋଇଥିବା ୫ଟି ରାଜ୍ୟରୁ ୩ଟି ରାଜ୍ୟରେ ବିଜେପି ବଡ ବିଜୟ ହାସଲ କରିଛି । ମଧ୍ୟପ୍ରଦେଶ, ଛତିଶଗଡ ସହିତ ରାଜସ୍ଥାନରେ ସରକାର ଗଠନ କରୁଛି ବିଜେପି । ତେଲେଙ୍ଗାନାକୁ ଛାଡିଦେଲେ ଏହି ତିନୋଟି ରାଜ୍ୟରେ କଂଗ୍ରେସକୁ ମିଳିଛି ଜବରଦସ୍ତ ଝଟକା । ଆଉ ଏବେ ବିରୋଧୀ ମେଣ୍ଟର ବୈଠକରେ ମମତା ବାନାର୍ଜୀ ସାମିଲ ନହେବାକୁ କଂଗ୍ରେସକୁ ଦ୍ୱିତୀୟ ଝଟକା ବୋଲି କୁହାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com