Featuredଅନ୍ତର୍ଜାତୀୟଜାତୀୟ

ଦୁନିଆର ଆଉ ଏକ ମହାଶକ୍ତି ହେବ ଭାରତ : ହ୍ୱାଇଟ ହାଉସ୍ ଅଧିକାରୀ

ନୂଆଦିଲ୍ଲୀ: ଦୁନିଆରେ ଭାରତର ବଢ଼ୁଥିବା ପ୍ରଭାବକୁ ନେଇ ଆମେରିକା ହ୍ୱାଇଟ ହାଉସ୍ ପ୍ରତିକ୍ରିୟା ରଖିଛି । ହ୍ୱାଇଟ ହାଉସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଭାରତ ଆମେରିକାର କେବଳ ସହଯୋଗୀ ହେବ ନାହିଁ ବରଂ ଆଉ ଏକ ବଡ଼ ଶକ୍ତି ହେବ । ଆମେରିକାର ଅଧିକାରୀ କହିଛନ୍ତି ଯେ, ଗତ୨୦ ବର୍ଷ ମଧ୍ୟରେ ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ପର୍କ ଯେତେ ଅଧିକ ଶକ୍ତିଶାଳୀ ଏବଂ ଗଭୀର ହୋଇପାରିଛି, ସେପରି କୌଣସି ଅନ୍ୟ ଦ୍ୱିପାକ୍ଷିକ ସମ୍ପର୍କ ସହିତ ହୋଇ ନାହିଁ । ‘ଆସପେନ୍ ସିକ୍ୟୁରିଟି ଫୋରମ୍’ରେ ଆୟୋଜିତ ଏକ ବୈଠକରେ ଭାରତକୁ ନେଇ କରାଯାଇଥିବା ପ୍ରଶ୍ନର ଉତ୍ତର ଦେବାକୁ ଯାଇ ହ୍ୱାଇଟ ହାଉସର ଏସିଆ ବ୍ୟାପାର ସଂଯୋଜକ କ୍ୟାମ୍ପବେଲ କହିଛନ୍ତି ଯେ ୨୧ତମ ଶତାବ୍ଦୀରେ ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କ ଆମେରିକା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ହ୍ୱାଇଟ ହାଉସର ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏହା ଏକ ସତ୍ୟ ଯେ ଗତ ୨୦ ବର୍ଷ ମଧ୍ୟରେ ମୁଁ ଆମେରିକା ଏବଂ ଭାରତ ଭଳି କୌଣସି ଦ୍ୱିପାକ୍ଷିକ ସମ୍ପର୍କ ଦେଖି ନାହିଁ, ଯାହା ଏତେ ଶୀଘ୍ର ଗଭୀର ହେବାରେ ଲାଗିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com