Featuredଜାତୀୟ

ସ୍ତ୍ରୀକୁ ଅବିଶ୍ୱାସ ପାଇଁ ଜନ୍ମ ହୋଇଥିବା ଶିଶୁର ହୋଇପାରିବନି ଡିଏନଏ ଟେଷ୍ଟ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବୈବାହିକ ସଂପର୍କରେ ଅବିଶ୍ୱାସ କାରଣରୁ ନାବାଳକ ଶିଶୁର ଡିଏନଏ ଟେଷ୍ଟ କରିବା ସଠିକ ନୁହେଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏଥିରେ ନିଜର କ୍ଷତି ହେବା ସହ ଛୋଟ ପିଲାଙ୍କ ମାନସିକ ସ୍ତରରେ ଖରାପ ପ୍ରଭାବ ପଡ଼ିପାରେ । ଏହି ଉପାୟ ଏକ ଟ୍ରେଣ୍ଡରେ ପରିଣତ ହୋଇଗଲାଣି ।

ଜଷ୍ଟିସ ବି ରାମାସୁଭ୍ରମଣ୍ୟମ ଏବଂ ତାଙ୍କ ପତ୍ନୀ ନାଗାରତ୍ନା କହିଛନ୍ତି ଯେ, ଛୋଟ ପିଲାମାନେ ମଧ୍ୟ ନିଜକୁ ବୈଧଛୁଆ ବୋଲି ପ୍ରମାଣ କରିବା ପାଇଁ ନିଜର ଲୋକମାନଙ୍କ ସହ ବୁଝାମଣା କରିବେ ନାହିଁ ବୋଲି ସେମାନଙ୍କୁ ଅଧିକାର ଦିଆଯାଇଛି । ଏହା ବୈଧ ଅଧିକାରର ଏକ ପ୍ରମୁଖ ଅଙ୍ଗ । ସେଥିପାଇଁ କୋର୍ଟ ମଧ୍ୟ ଏହି କଥାକୁ ଧ୍ୟାନ ରଖିବା ଉଚିତ୍ ଯେ, ପିଲାମାନେ କୌଣସି ବସ୍ତୁ ନୁହଁନ୍ତି, ଯେଉଁମାନଙ୍କର ଡିଏନଏ ଟେଷ୍ଟ କରାଯିବ । ଖାସକରି ଛାଡପତ୍ର ହୋଇଥିଲେ ମଧ୍ୟ ଡିଏନଏ ଟେଷ୍ଟ ହୋଇପାରିବନି । ଛୋଟପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ପାଇଁ ଏପରି ଅଧିକାର କାହାକୁ ଦିଆଯାଇ ପାରିବ ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com