ଜାତୀୟ

ଭୂକମ୍ପରେ ଥରିଲା ହିମାଚଳ ପ୍ରଦେଶ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଭୂକମ୍ପର ଝଟକା । ଶୁକ୍ରବାର ଭୂକମ୍ପରେ ଥରିଛି ହିମାଚଳ ପ୍ରଦେଶ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ଥିଲା । ଏହାର କେନ୍ଦ୍ରସ୍ଥଳୀ ଧର୍ମଶାଳାରୁ ୫୭ କିମି ଦୂରରେ ଥିଲା । ସକାଳ ୭ଟା ୪୬ରେ ଲୋକେ ଭୂକମ୍ପର ଝଟକା ଅନୁଭବ କରିଥିଲେ । ଏହାର ତୀବ୍ରତା ଖୁବ କମ୍ ଥିଲା । ଫଳରେ କୌଣସି କ୍ଷୟକ୍ଷତି ହୋଇନାହିଁ । ତେବେ ଭୂକମ୍ପ ପରେ ଲୋକେ ଘରୁ ବାହାରକୁ ଆସି ଯାଇଥିଲେ । କିଛି ସମୟ ଯାଏଁ ସେମାନେ ବାହାରେ ହିଁ ରହିଥିଲେ ।ଏହାପୂର୍ବରୁ ମେ ୧୧ ତାରିଖରେ ଉତ୍ତରାଖଣ୍ଡ ପିଥୋରାଗଡରେ ଭୂକମ୍ପ ହୋଇଥିଲା । ଯେଉଁଠାରେ ଭୂକମ୍ପ ହୋଇଥିଲା ତାହା ନେପାଳ ସୀମାରେ ଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ଥିଲା । ଏଥିରେ ମଧ୍ୟ କୌଣସି କ୍ଷୟକ୍ଷତିର ସୂଚନା ମିଳିନଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com