ଜାତୀୟରାଜନୀତି

ତ୍ରିପୁରା ଉପନିର୍ବାଚନ: ୪ଟି ଆସନରୁ ୩ଟିରେ ବିଜେପି ବିଜୟୀ

ଅଗରତାଲା: ତ୍ରିପୁରା ବିଧାନସଭା ଉପନିର୍ବାଚନରେ ୪ଟି ଆସନରୁ ବିଜେପି ୩ଟି ଆସନରେ ବିଜୟୀ ହୋଇଛି। ତ୍ରିପୁରାର ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ମାଣିକ ସାହା ମଧ୍ୟ ଟାଉନ୍‌ ବାରଦୋଲୀ ନିର୍ବାଚନ ମଣ୍ଡଳୀରୁ ୬,୧୦୪ ଭୋଟ୍‌ ବ୍ୟବଧାନରେ ଏହି ଉପନିର୍ବାଚନରେ ବିଜୟୀ ହୋଇଛନ୍ତି ବୋଲି ନିର୍ବାଚନ କମିସନ୍‌ କହିଛି। ବିଜେପି ବିଜୟୀ ହୋଇଥିବା ରାଜ୍ୟ ବିଧାନସଭା ଆସନଗୁଡ଼ିକ ହେଉଛି ଟାଉନ୍‌ ବାରଦୋଲୀ, ଯୁବରାଜନଗର ଏବଂ ସୁରମା। ମୁଖ୍ୟମନ୍ତ୍ରୀ ମାଣିକ ସାହାଙ୍କ ବିଜୟ ଲାଗି ବିଜେପି କର୍ମୀମାନେ ଉତ୍ସବ ପାଳନ କରୁଛନ୍ତି। ସେହିପରି, କଂଗ୍ରେସ ପ୍ରାର୍ଥୀ ସୁଦୀପ ରାୟ ବର୍ମନ୍‌ ୩୧୬୩ ଭୋଟ୍‌ରେ ସମ୍ମାନଜନକ ଅଗରତାଲା ଆସନରୁ ବିଜୟୀ ହୋଇଛନ୍ତି। ଜୁନ୍‌ ୨୩ ତାରିଖରେ ଅଗରତାଲା, ଟାଉନ୍‌ ବାରଦୋଲୀ, ସୁରମା ଏବଂ ଯୁବରାଜନଗର ବିଧାନସଭା ଆସନରେ ଉପନିର୍ବାଚନ ନିମନ୍ତେ ଗ୍ରହଣ କରାଯାଇଥିବା ଭୋଟ୍‌ ଗଣନା ଆଜି ସକାଳ ୮ଟାରେ ଆରମ୍ଭ ହୋଇଥିଲା। ଏହି ଉପନିର୍ବାଚନରେ ସମୁଦାୟ ୧,୮୯,୦୩୨ ଜନତାଙ୍କ ମଧ୍ୟରୁ ୭୮% ଭୋଟ୍‌ ଦେଇଥିଲେ। ପ୍ରତିଦ୍ବନ୍ଦ୍ବିତା କରୁଥିଲେ ୨୨ଜଣ ପ୍ରାର୍ଥୀ। ସୂଚନାଯୋଗ୍ୟ, ଜୁନ୍‌ ‌୨୩ ତାରିଖ ଦିନ ୩ଟି ଲୋକସଭା ଆସନ ଏବଂ ୫ଟି ରାଜ୍ୟର ୭ଟି ବିଧାନସଭା ଆସନ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଆଜି ସକାଳ ୮ଟା ବେଳେ ଉପରୋକ୍ତ ଭୋଟ୍‌ ଗଣନା ଆରମ୍ଭ ହୋଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com