ଜାତୀୟମନୋରଞ୍ଜନ

ସୁପରଷ୍ଟାର ରାଜେଶ ଖାନ୍‌ଙ୍କ ବାୟୋପିକ୍‌ କରିବାକୁ ମନା କଲେ ଫରାହ ଖାନ୍‌ ! କହିଲେ କାରଣ

ମୁମ୍ବାଇ: ଫିଲ୍ମ ‘ମେନ୍ ହୁନ୍ ନା’ରେ ନିର୍ଦ୍ଦେଶକ ଭାବରେ ବଲିଉଡରେ ଡେବ୍ୟୁ କରିଥିବା ଫରାହ ଖାନ୍ ବର୍ତ୍ତମାନ ବି-ଟାଉନ୍‌ର ଜଣେ ନିର୍ଦ୍ଦେଶକ। ‘ଓମ୍ ଶାନ୍ତି ଓମ୍’ କିମ୍ବା ‘ଚେନ୍ନାଇ ଏକ୍ସପ୍ରେସ୍’ରେ କିପରି ଅଭିନୟ କରିବେ ତାହା ସେ ଭଲଭାବେ କଳାକାରକୁ ଜଣାନ୍ତି । ହେଲେ ବର୍ତ୍ତମାନ ଯେତେବେଳେ ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ବାୟୋପିକ୍ ନିର୍ଦ୍ଦେଶନା ଦେବା ପାଇଁ ଭେଟେରାନ୍ ନିର୍ଦ୍ଦେଶକଙ୍କୁ ପଚରାଗଲା, ସେତେବେଳେ ସେ ତାଙ୍କର ଆଶ୍ଚର୍ଯ୍ୟଜନକ ରିଆକ୍ସନ ଦେଇଥିଲେ ।

ବାସ୍ତବରେ, ଗତ ବର୍ଷ ନିର୍ମାତା ନିଖିଲ ଦ୍ୱିବେଦୀ ଫିଲ୍ମ ଇଣ୍ଡଷ୍ଟ୍ରି ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ବାୟୋପିକ୍ କରିବେ ବୋଲି ଘୋଷଣା କରିଥିଲେ। ଅନୁମାନ କରାଯାଉଥିଲା ଯେ ଫରାହ ଖାନ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ। ହେଲେ ଫରାହ ଏପର୍ଯ୍ୟନ୍ତ ଏଥିରେ ରାଜି ହୋଇନାହାଁନ୍ତି।

ଏକ ସାକ୍ଷାତକାରରେ ଫରାହ ଏହାକୁ ନେଇ କହିଛନ୍ତି। ଏପର୍ଯ୍ୟନ୍ତ ମୁଁ ଏହି ପ୍ରୋଜେକ୍ଟକୁ ‘ହଁ’ କହି ନାହିଁ। କେବଳ ଏତିକି ନୁହେଁ, ନିର୍ଦ୍ଦେଶକ ଏହା ମଧ୍ୟ କହିଛନ୍ତି ଯେ, ସେ ବର୍ତ୍ତମାନ ମୁଁ ଜଲଦୀରେ କୌଣସି ନିଷ୍ପତ୍ତି ନେବାକୁ ଚାହୁଁନି । ଏବେ ମୁଁ ଆବୁଧାବିରେ ଅଛି। ଏହା ବ୍ୟତୀତ ଶେଷରେ କହିଛନ୍ତି ବର୍ଷ ଶେଷରେ ଏକ ବଡ଼ ଘୋଷଣା କରିପାରନ୍ତି । ବର୍ତ୍ତମାନ, ଫରାହ ଖାନଙ୍କ ଏହି ବିବୃତ୍ତିରୁ ଜଣାପଡିଛି କି ସେ ଏକ ବଡ ଫିଲ୍ମ ସହିତ ଫେରିପାରନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com