ଜାତୀୟ

ଲିଙ୍ଗାୟତ ସାଧୁଙ୍କ ବିରୋଧରେ ଦୁଷ୍କର୍ମ ମାମଲା

କର୍ଣ୍ଣାଟକରେ ଜଣେ ପ୍ରମୁଖ ଲିଙ୍ଗାୟତ ମଠର ସାଧୁଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଛି। କର୍ଣ୍ଣାଟକ ଚିତ୍ରଦୁର୍ଗ ଜିଲ୍ଲାର ଏକ ପ୍ରମୁଖ ମୁରୁଘ ମଠର ସାଧୁ ଶିବମୂର୍ତ୍ତି ମୁରୁଘ ଶରଣାରୁଙ୍କ ବିରୋଧରେ ପୋକ୍ସ ଆଇନ ଅଧୀନରେ ମାମଲା ରୁଜୁ ହୋଇଛି। ମଠ ଦ୍ବାରା ପରିଚାଳିତ ଏକ ଅନୁଷ୍ଠାନର ନାବାଳିକା ଛାତ୍ରୀଙ୍କୁ ସେ ଯୌନ ଉତ୍ପୀଡ଼ନ ଦେଇଥିବା ଅଭିଯୋଗ ହୋଇଛି। ୨ ଜଣ ନାବାଳିକା ଏନେଇ ଅଭିଯୋଗ କରିବାପରେ ମହୀଶୁର ସିଟି ପୁଲିସ ଲିଙ୍ଗାୟତ ସାଧୁ ଶିବମୂର୍ତ୍ତିଙ୍କ ବିରୋଧରେ ଏତଲା ରୁଜୁ କରିଛି । ହାବେରି ଜିଲ୍ଲାରେ ତାଙ୍କୁ ପୁଲିସ ଏହି ମାମଲାରେ ଅଟକ ରଖିଥିଲା। ଅବଶ୍ୟ ପରେ ସେ ‌ମଠକୁ ଫେରିଛନ୍ତି। କିନ୍ତୁ ସାଧୁଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ଦାବି କରି ଆଜି ଚିତ୍ରଦୁର୍ଗ ପୁଲିସ ଏବଂ ଜିଲ୍ଲା ପ୍ରଶାସନ ବିରୋଧରେ ଆନ୍ଦୋଳନ ହୋଇଛି। ଆନ୍ଦୋଳନକାରୀଙ୍କ ଦାବି ଅନୁଯାୟୀ ଗତକାଲି ସନ୍ଧ୍ୟାରୁ ମେଡିକାଲ ଟେଷ୍ଟ୍‌ ସରିଥିଲେ ବି ପୁଲିସ ସାଧୁଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିନି। ଯୌନ ଉତ୍ପୀଡନର ଶିକାର ହୋଇଥିବା ୨ ନାବାଳିକା ଛାତ୍ରୀ ମହୀଶୂରରେ ପରିଚାଳିତ ଏକ ଏନ୍‌ଜିଓ‘ ଓଦନାଦୀ ସେବା ସଂସ୍ଥାନ’ରେ ପହଞ୍ଚି ନିଜ ଦୁଃଖ ବଖାଣିଥିଲେ। ଏହାପରେ ଏହି ମାମଲା ଜିଲ୍ଲା ଶିଶୁ କମିଟି ନଜରକୁ ଆସିଲା। ଅଭିଯୋଗ ଅନୁଯାୟୀ ମୁରୁଘ ମଠ ଅଧୀନରେ ଥିବା ହଷ୍ଟେଲ୍‌ରେ ରହୁଥିବା ୧୫ରୁ ୧୬ ବର୍ଷର ନାବାଳିକା ଛାତ୍ରୀଙ୍କୁ ଦୀର୍ଘ ସାଢ଼େ ୩ ବର୍ଷ ଧରି ଯୌନ ନିର୍ୟାତନା

Related Articles

Back to top button
WP Twitter Auto Publish Powered By : XYZScripts.com