ଜାତୀୟରାଜନୀତି

ମମତା ଦିଦିଙ୍କ ନୂତନ ପଦକ୍ଷେପ, ରାଜ୍ୟପାଳ ନୁହନ୍ତି ମୂଖ୍ୟମନ୍ତ୍ରୀ ହେବେ ବିଶ୍ୱବିଦ୍ୟାଳୟ କୁଳାଧିପତି

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ଏଣିକି ରାଜ୍ୟପାଳଙ୍କ ବଦଳରେ ମୁଖ୍ୟମନ୍ତ୍ରୀ ହେବେ ବିଶ୍ୱବିଦ୍ୟାଳୟର କୁଳାଧିପତି । ଏନେଇ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ପାରିତ ହୋଇଛି । ରାଜ୍ୟ ଶିକ୍ଷାମନ୍ତ୍ରୀ ବ୍ରତ୍ୟା ବାସୁ ଏହି ସୂଚନା ଦେଇଛନ୍ତି । ପରବର୍ତ୍ତୀ ସମୟରେ ବିଧାନସଭାରେ ଆଇନ ସଂଶୋଧନ କରି ଏହାକୁ କାର‌୍ୟ୍ୟକାରୀ କରାଯିବ । ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଦୀର୍ଘଦିନ ହେଲା କ୍ଷମତାକୁ ନେଇ କଳହ ଲାଗି ରହିଛି । କୋଲକାତା ରାଜ୍ୟପାଳ ଜଗଦୀପ ଧନଖଡ଼ ରାଜ୍ୟ ସରକାରଙ୍କ ବିନା ସହମତିରେ ଅନେକ କୁଳପତିମାନଙ୍କୁ ନିଯୁକ୍ତି ଦେଇଥିଲେ । । ତେଣୁ ରାଜ୍ୟପାଳଙ୍କ କ୍ଷମତା ହ୍ରାସ କରିବା ପାଇଁ ମମତା ସରକାର ଏପରି ବଡ଼ ନିଷ୍ପତ୍ତି ନେଇଥିବାର ସୂଚନା ମିଳିଛି । ତେବେ ରାଜ୍ୟପାଳ ଜଗଦୀପ ଧନଖଡ଼ ମଧ୍ୟ ମମତା ସରକାରଙ୍କ ଉପରେ ପାଲଟା ଅଭିଯୋଗ ଆଣିଛନ୍ତି । ଯାହାକୁ ନେଇ ସେ ଟ୍ୱିଟ୍ କରିଛନ୍ତି ଯେ, ‘ଭିସିଙ୍କ ବିନା ମଞ୍ଜୁରୀରେ ୨୫ ଟି ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଅବୈଧ ରୂପେ ନିଯୁକ୍ତି ଦିଆଯାଇଛି । କୋଲକାତା ବିଶ୍ୱବିଦ୍ୱାଳୟର ଭିସି ସୋନାଲି ଚକ୍ରବତିଙ୍କୁ ବିନା କୈଣସି ଚୟନ ପ୍ରକ୍ରିୟାରେ ୪ ବର୍ଷର କାର‌୍ୟ୍ୟକଳାପ ପାଇଁ ନିଯୁକ୍ତି ଦିଆଯାଇଛି’ ବୋଲି ରାଜ୍ୟପାଳ ଟ୍ୱିଟ୍ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com