Featuredଜାତୀୟ

ଏପ୍ରିଲ ୧ରୁ ମହଙ୍ଗା ହୋଇପାରେ ୟୁପିଆଇ ପେମେଣ୍ଟ

ଆସନ୍ତା ଏପ୍ରିଲ ୧ ତାରିଖରୁ ମହଙ୍ଗା ହେବାକୁ ଯାଉଛି ୟୁପିଆଇ ପେମେଣ୍ଟ । ଏଣିକି ଆଉ ମାଗଣା ନୁହେଁ ବରଂ ୟୁପିଆଇ ପେମେଣ୍ଟ ପାଇଁ ଅଧିକ ଟଙ୍କା ଗଣିବେ ସାଧାରଣ ୟୁଜର୍ସ ।

ନ୍ୟାସନାଲ ପେମେଣ୍ଟ କର୍ପୋର୍ରେସନ୍ ଅଫ୍ ଇଣ୍ଡିଆ ୟୁପିଆଇ ପେମେଣ୍ଟକୁ ନେଇ ଏକ ସର୍କୁଲାର ଜାରି କରିଛି । ଏହି ସର୍କୁଲାରେ ଏପ୍ରିଲ ୧ ତାରିଖରୁ ୟୁପିଆଇ ପେମେଣ୍ଟ ଉପରେ ପିପିଆଇ ଚାର୍ଜ ଲାଗୁ କରିବାକୁ ସୁପାରିଶ କରାଯାଇଛି । ତେବେ ଏହି ପିପିଆଇ ଚାର୍ଜ ହେଉଛି ଏକପ୍ରକାରର ଅତିରିକ୍ତ ଚାର୍ଜ । ଯାହା ଏବେ ୟୁଜର୍ସମାନଙ୍କୁ ୟୁପିଆଇ ପେମେଣ୍ଟ ବେଳେ ଦେବାକୁ ପଡିବ ।
ଜାରି କରାଯାଇଥିବା ସର୍କୁଲାର ମୁତାବକ, ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ୟୁପିଆଇ ପେମେଣ୍ଟ ଉପରେ ୦.୫ ପ୍ରତିଶତରୁ ୧.୧ ପ୍ରତିଶତ ପିପିିଆଇ ଚାର୍ଜ ଲଗାଇବାକୁ ଯୋଜନା କରୁଛି । କେବଳ ୨ ହଜାର ଟଙ୍କାରୁ ଅଧିକ ପେମେଣ୍ଟ ଉପରେ ଏହି ପିପିଆଇ ଚାର୍ଜ ଲାଗୁ ହେବ । ତେଣୁ ସରଳ ଭାଷାରେ କହିବାକୁ ଗଲେ, ଆପଣ ଯଦି ଏପ୍ରିଲ ୧ ତାରିଖ ପରେ ୨ ହଜାର ଟଙ୍କାରୁ ଅଧିକ ଟଙ୍କାର କୌଣସି ୟୁପିଆଇ ପେମେଣ୍ଟ କରୁଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ ୧.୧ ପ୍ରତିଶତ ଅଧିକ ଟଙ୍କା ଦେବାକୁ ପଡିପାରେ ।

Related Articles

Back to top button
WP Twitter Auto Publish Powered By : XYZScripts.com