ଜାତୀୟରାଜନୀତି

ଏକନାଥ ସିନ୍ଦେଙ୍କୁ ଭେଟିଲେ ବାଲ୍ ଠାକରେଙ୍କ ବୋହୂ

ବାଲ ଠାକରେଙ୍କ ବୋହୂ ସ୍ମିତା ଠାକରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ମହାରାଷ୍ଟ୍ର ରାଜନୀତିରେ ସରଗରମ ହେଉଛି ଆଲୋଚନା । କହିରଖୁ କି ମହାରାଷ୍ଟ୍ରର କ୍ଷମତା ଲଢେଇ ଭିତରେ ଉଦ୍ଧବଙ୍କ ପରିବାରରୁ ସ୍ମିତା ପ୍ରଥମ ଲୋକ ଯେକି ସିନ୍ଦେଙ୍କୁ ଭେଟିଛନ୍ତି । ଏଭଳି ଭେଟକୁ ନେଇ ମତ ରଖିଛନ୍ତି ସ୍ମିତା ଠାକରେ । ସେ କହିଛନ୍ତି କି ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର । ସ୍ମିତା କହିଛନ୍ତି କି ଏକନାଥ ସିନ୍ଦେ ଜଣେ ପୁରୁଣା ଶିବ ସୈନିକ । ସେ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ସେ ଭେଟ କରିଛନ୍ତି ।ହେଲେ ଶିବସେନା ଓ ସିନ୍ଦେଙ୍କ ମଧ୍ୟରେ ହୋଇଥିବା କ୍ଷମତାଯୁଦ୍ଧକୁ ନେଇ ମୁହଁ ଖୋଲି ନାହାଁନ୍ତି ସ୍ମିତା ଠାକରେ । ସ୍ମିତା କହିଛନ୍ତି କି ଏ ବାବଦରେ ସେ କିଛି ଜାଣି ନାହାଁନ୍ତି । ସେ ଜଣେ ସାମାଜିକ କର୍ମକତ୍ତା କିନ୍ତୁ ରାଜନୀତିରେ ତାଙ୍କର କୌଣସି ସଂପର୍କ ନଥିବା କଥା ସ୍ମିତା ସ୍ପଷ୍ଟ କରିଛନ୍ତି । ସ୍ମିତା ଠାକରେଙ୍କ କଥା ଯଦି କୁହାଯିବ ତେବେ ସେ ବାଲ୍ ଠାକରେଙ୍କ ବୋହୂ ଓ ଜୟଦେବ ଠାକରେଙ୍କ ପତ୍ନୀ । ଜୟଦେବ ଠାକରେ ଶିବସେନା ସଂସ୍ଥାପକ ବାଲ୍ ଠାକରେଙ୍କ ଦ୍ୱିତୀୟ ପୁତ୍ର । ବାଲ ଠାକରେଙ୍କ ବଡପୁଅ ବିନ୍ଦୁ ମାଧବଙ୍କର ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ବାଲ ଠାକରେଙ୍କ ୩ ପୁଅ ମଧ୍ୟରୁ ପ୍ରଥମ ବିନ୍ଦୁ ମାଧବ, ଦ୍ୱିତୀୟରେ ଜୟଦେବ ଠାକରେ ଓ ତୃତୀୟରେ ଉଦ୍ଧବ ଠାକରେ । ଜୟଦେବ ଠାକରେ ସ୍ମିତାଙ୍କୁ ଛାଡପତ୍ର ଦେଇ ଅଲଗା ରହୁଥିବା କଥା କୁହାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com