ଜାତୀୟରାଜନୀତି

ଉତ୍ତର ପ୍ରଦେଶ ନିର୍ବାଚନ: ବିରୋଧୀଙ୍କୁ ଟାର୍ଗେଟ କଲେ ମୋଦି, କହିଲେ ରାଜନୈତିକ ଦଳ ଦେଉଛନ୍ତି ଆତଙ୍କୀଙ୍କୁ ପ୍ରଶୟ

ଉତ୍ତର ପ୍ରଦେଶ() ଆତଙ୍କବାଦୀ ପ୍ରସଙ୍ଗକୁ ନେଇ ନିର୍ବାଚନୀ ସଭାରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତ୍ତର ପ୍ରଦେଶର ହରଦୋଇରେ ଏକ ରାଲିକୁ ସମ୍ବୋନ୍ଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଅହମଦାବାଦ ବ୍ଲାଷ୍ଟ ଘଟଣାର ଉଲ୍ଲେଖ କରିଛନ୍ତି ଏବଂ ଅଖିଳେଶ ଯାଦବ ଏବଂ ସମାଜବାଦ ପାର୍ଟୀ ଉପରେ ବର୍ଷିଛନ୍ତି । ମୋଦି କହିଛନ୍ତି ଏମାନଙ୍କର ଯେଉଁ ଚିହ୍ନ ରହିଛି ସାଇକେଲ ତାହା ଉପରେ ଅହମଦାବାଦରେ ବମ୍ ରଖାଯାଇଥିଲା, ସେତେବେଳେ ମୁଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲି ।

ମୋଦି କହିଛନ୍ତି ଯେତେବେଳେ ମୁଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲି ସେତେବେଳେ ଅହମଦାବାଦରେ ସିରିଜ୍ ବମ୍ ଧମାକା ହୋଇଥିଲା । ମୁଁ ସେହି ଦିନକୁ ଭୁଲିପାରିବିନି । ସେହିଦିନଠାରୁ ମୁଁ ଶପଥ ନେଇଥିଲି ଯେ ମୋ ସରକାର ଆତଙ୍କବାଦୀଙ୍କୁ ପାତାଳରୁ ମଧ୍ୟ ଖୋଜି ଦଣ୍ଡ ଦେବାପାଇଁ । ସେ କହିଛନ୍ତି କେତେବେଳେ ମୁମ୍ବାଇରେ ବମ୍ ଫୁଟିଥିଲା ତ ଦିଲ୍ଲୀରେ ପୁଣି କେତେବେଳେ ଜୟପୁର, ବେଙ୍ଗାଲୁରୁ, ହାଇଦ୍ରାବାଦ, ଗୌହାଟୀ ଭଳି ଅନେକ ସହରରେ ବମ ଧମକା ହୋଇଥିଲା ଅନେକ ନିର୍ଦ୍ଦୋଷ ଲୋକଙ୍କ ଜୀବନ ଯାଇଥିଲ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଆତଙ୍କ ହମଲା ଦ୍ୱାରା ସବୁଠୁ ଅଧିକ ଗରିବ ଲୋକ ମଧ୍ୟବିତ୍ତ ବର୍ଗଙ୍କୁ ଅସୁବିଧା ହୋଇଥାଏ । ଯେତେବେଳେ ଆତଙ୍କୀ ହମଲା ହୋଇଥାଏ ସାଧାରଣ ଜୀବନ ପ୍ରଭାବିତ ହୋଇଥାଏ, ବ୍ୟବସାୟ ପ୍ରଭାବିତ ହୋଇଥାଏ ପର୍ଯ୍ୟଟନ ଠପ୍ ପଡ଼ିଯାଏ । ସେ କହିଛନ୍ତି ଅନେକ ଆତଙ୍କବାଦୀଙ୍କୁ ଫାସୀ ମିଳିଛି । ସେ କହିଛନ୍ତି ମୁଁ ଆପଣଙ୍କୁ ଏହି ସବୁ କଥା ଏଥିପାଇଁ କହୁଛି କାରଣ କିଛି ଏଭଳି ଆତଙ୍କବାଦୀଙ୍କ ପ୍ରତି ରାଜୀତିକ ଦଳମାନେ ଦୟାପରବଶ ହେଉଛନ୍ତି । ଯାହା ଦେଶର ସୁରକ୍ଷା ପାଇଁ ଆଦୌ ଶୁଭ ନୁହେଁ ।

ସେ ଆହୁରି କହିଛନ୍ତି ଉତ୍ତର ପ୍ରଦେଶରେ ୧୪ ଆତଙ୍କୀ ଆକ୍ରମଣରେ ସମାଜବାଦୀ ସରକାର ଅନେକ ଆତଙ୍କବାଦୀଙ୍କୁ ମୋକଦ୍ଦମା ଫେରାଇ ନେଇଛି । ସମାଜବାଦୀ ପାର୍ଟୀ ଏବଂ କଂଗ୍ରେସ ନେତାଙ୍କ ଆଚରଣ ବିପଦପୂର୍ଣ୍ଣ । ଏଭଳି ଲୋକ ଏଭଳି ରାଜୀତିକ ଦଳ ଠାରୁ ସବୁବେଳେ ସତର୍କ ରହିବା ଦରକାର । ଏମାନେ ଆସନ ପାଇଁ ଦେଶକୁ ବିକ୍ରି କରିଦେବେ ।

Related Articles

Back to top button
WP Twitter Auto Publish Powered By : XYZScripts.com