ଜାତୀୟରାଜନୀତି

ମଙ୍ଗଳବାର କରାଯିବ ସିନ୍ଧେ ସରକାରରେ ମନ୍ତ୍ରୀ ମଣ୍ଡଳର ସମ୍ପ୍ରସାରଣ

ମୁମ୍ବାଇ, ୦୮/୦୮/୨୦୨୨-  ଜୁନ୍ ୩୦ରୁ କେବଳ ମୁଖ୍ୟମନ୍ତ୍ରୀ ସିନ୍ଧେ ଓ ଉପ ମୁଖ୍ୟମନ୍ତ୍ରୀ ଫଡନାଭିସଙ୍କୁ ନେଇ ମହାରାଷ୍ଟ୍ର ସରକାର ଚାଲିଥିଲେ ହେଁ ସେବେଠାରୁ ମନ୍ତ୍ରୀ ମଣ୍ଡଳର ସମ୍ପ୍ରସାରଣ ହୋଇପାରିନାହିଁ । ତେବେ ମଙ୍ଗଳବାର କରାଯିବ ମନ୍ତ୍ରୀ ମଣ୍ଡଳର ସମ୍ପ୍ରସାରଣ। ରାଜଭବନରେ ଦିନ ୧୧ ଘଣ୍ଟା ସମୟରେ ଶପଥ ନେବେ ନୂଆ ମନ୍ତ୍ରୀଗଣ ।  ତେବେ ଏହି ସମ୍ପ୍ରସାରଣ ପୂର୍ବରୁ ଏକାଧିକ ବୈଠକରେ ମାନସମନ୍ଥନ କରାଯାଇଛି । ଏପରି କି ସମ୍ଭାବ୍ୟ ମନ୍ତ୍ରୀ ତାଲିକା ଧରି ଉପ ମୁଖ୍ୟମନ୍ତ୍ରୀ ଫଡନାଭିସ ମୁଖ୍ୟମନ୍ତ୍ରୀ ସିନ୍ଧେଙ୍କୁ ଭେଟିବାକୁ ଦିଲ୍ଲୀ ମଧ୍ୟ ଯାଇଥିଲେ । ସିନ୍ଧେ ଅସୁସ୍ଥ ଥିବାରୁ ମନ୍ତ୍ରୀ ମଣ୍ଡଳ ଗଠନର ସବୁ କଥା ଫଡନାଭିସ ବୁଝୁଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାଜ୍ୟର ଗୃହମନ୍ତ୍ରୀ କିଏ ହେବେ, ତା’କୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିବାବେଳେ ଫଡନାଭିସଙ୍କ ନାମ ସବୁଠାରୁ ଆଗରେ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com