ଜାତୀୟରାଜନୀତି

କେଜ୍ରିଓ୍ୱାଲ ସରକାର ବିରୋଧରେ ଉପରାଜ୍ୟପାଳଙ୍କ ବଡ ଆକ୍ସନ : ନୂଆ ଅବକାରୀ ନୀତିର ସିବିଆଇ ତଦନ୍ତ ପାଇଁ ସୁପାରିଶ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସକସେନା ନୂଆ ଅବକାରୀ ନୀତି ବା ଏକସାଇଜ୍ ପଲିସି ବିରୋଧରେ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି । କେଜ୍ରିଓ୍ୱାଲ ସରକାର ନୂଆ ଏକସାଇଜ୍ ପଲିସିରେ ମଦବେପାରୀଙ୍କ ପ୍ରତି ଅଧିକ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହୋଇଛି । ତେଣୁ ଉପରାଜ୍ୟପାଳ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି ।

କୁହାଯାଉଛି ଯେ, ଉପ ରାଜ୍ୟପାଳ ବିକେ ସକସେନା ମୁଖ୍ୟ ଶାସନ ସଚିବଙ୍କ ରିପୋର୍ଟ ପରେ ସିବିଆଇ ତଦନ୍ତ ପାଇଁ କହିଛନ୍ତି । ଏହି ରିପୋର୍ଟରେ କୁହାଯାଇଛି ଯେ, ସରକାର ପଲିସିର ନୂଆ ନିୟମକୁ ଅଣଦେଖା କରି ଟେଣ୍ଡର ପ୍ରଦାନ କରିଥିଲେ । ଏଥିରେ ମନୀଷ ସିସୋଦିଆଙ୍କ ଭୂମିକା ଉପରେ ମଧ୍ୟ ପ୍ରଶ୍ୱବାଚୀ ସୃଷ୍ଟି ହୋଇଛି ।

ଗତବର୍ଷ ଲାଗୁ ହୋଇଥିଲା ନୀତି

ଦିଲ୍ଲୀ ସରକାର ଗତବର୍ଷ ଅବକାରୀ ନୀତି ଲାଗୁ କରିଥିଲେ । ଯେଉଁଥିରେ ଘରୋଇ ଦୋକାନକୁ ଓପନ ଟେଣ୍ଡର ଜରିଆରେ ଖୁଚୁରାରେ ମଦବିକ୍ରି ପାଇଁ ଲାଇସେନ୍ସ ପ୍ରଦାନ କରାଯାଇଥିଲା । ଏବେସୁଦ୍ଧା ନୂଆ ନୀତି ଲାଗୁ ହେଲା ପରେ ଦିଲ୍ଲୀରେ ୩୨ ଜୋନରେ ୮୫୦ରୁ ୬୫୦ ଦୋକାନ ଖୋଲିଛି । ସରକାର ଏହାଦ୍ୱାରା ରାଜସ୍ୱ ବଢିବ ବୋଲି କହିଥିଲେ । ତେବେ ବିଜେପି ଏହାକୁ ବିରୋଧ କରିଥିଲା ।

ତେବେ ଦିଲ୍ଲୀ ଉପରାଜ୍ୟପାଳ ସିବିଆଇ ତଦନ୍ତ ପାଇଁ ସେତେବେଳେ ସୁପାରିଶ କରିଛନ୍ତି ଯେତବେଳେ କେଜ୍ରିଓ୍ୱାଲଙ୍କ ସିଙ୍ଗାପୁର ଗସ୍ତ ନେଇ ବିବାଦ ସୃଷ୍ଟି ହୋଇଛି । କାରଣ ନିକଟରେ କେଜ୍ରିଓ୍ୱାଲ ସିଙ୍ଗାପୁର ଯିବାକୁ ଅନୁମତି ମାଗିଥିଲେ । ଯାହାକୁ ଉପରାଜ୍ୟପାଳ ଖାରଜ କରିଦେଇଥିଲେ । ଅନ୍ୟପକ୍ଷରେ ଆମ ଆଦମୀ ପାର୍ଟି ଉପରାଜ୍ୟପାଳଙ୍କ ବିରୋଧରେ ରାଜନୈତିକ ଅବିସନ୍ଧି ରଖି ହଇରାଣ କରୁଥିବା ଅଭିଯୋଗ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com