ଜାତୀୟରାଜନୀତି

ବିଦ୍ରୋହୀ ବିଧାୟକଙ୍କୁ ସଞ୍ଜୟଙ୍କ ଚେତାବନୀ । ନିଜ ବାପାଙ୍କ ନାଁରେ ଦଳ ଗଢ, ଭୋଟ ମାଗ

ମହାରାଷ୍ଟ୍ର ରାଜନୀତିରେ ଥମୁନି ଝଡ ।ଶିବସେନା ନେତା ସଞ୍ଜୟ ରାଉତ୍ କହିଛନ୍ତି, ଯଦି ନୂଆ ଦଳ ଗଢିବାର ଅଛି ତେବେ ନିଜ ବାପାଙ୍କ ନାଁରେ ଗଢ, ଭୋଟ ମାଗ ।ଆମ ଦଳର ଗୋଟିଏ ବାପା, ବାଲାସାହେବ ଠାକରେ । ତାଙ୍କ ନାଁ କାହିଁକି ବ୍ୟବହାର କରୁଛ । ତମର ଶହେ ବାପା, କିଏ ଦିଲ୍ଲୀରେ କିଏ ନାଗପୁରରେ ବସିଛନ୍ତି । କିନ୍ତୁ ଆମର ନିଷ୍ଠା ଓ ବିଶ୍ୱାସ ବାଲାସାହେବଙ୍କ ପ୍ରତି ରହିଛି ଏବଂ ରହିଥିବ । ଆଉ ଉଦ୍ଧବ ହେଉଛନ୍ତି ଶିବସେନାର ପ୍ରମୁଖ । ତେଣୁ ତାଙ୍କ ନେତୃତ୍ୱରେ ଶିବସେନା ଆଗକୁ ବଢିବ । ବାଲାସାହେବଙ୍କ ଆଦର୍ଶରେ ଚାଲୁଥିବା ଶିବସୈନିକ କେବେ ବିଶ୍ୱାସଘାତ କରେନି, ପଛରୁ ଛୁରାଘାତ କରେନି । ଯାହା ହଉଛି ହେବାକୁ ଦିଅ, ଶେଷରେ ମୁମ୍ବାଇ ତ ଆସିବାକୁ ପଡିବ ନା । ଲକ୍ଷ ଲକ୍ଷ ଶିବସୈନିକ ତୃଣମୂଳସ୍ତରରେ ଚାହିଁ ବସିଛନ୍ତି, ଇସାରାକୁ ଅପେକ୍ଷା କରିଛନ୍ତି । କିନ୍ତୁ ଆମେ ଏଯାଏଁ ସଂଯମତା ବଜାୟ ରଖିଛୁ । ବିଧାୟକ ମାନଙ୍କୁ ଜୋରଜବରଦସ୍ତି ସେଠାରେ ରଖାଯାଇଛି । କିଛି ବିଧାୟକ ଫେରିବାକୁ ଚାହୁଁଛନ୍ତି କିନ୍ତୁ ସେମାନଙ୍କୁ ଛଡା ଯାଉନାହିଁ ବୋଲି ସଞ୍ଜୟ କହିଛନ୍ତି । ଯଦି ସାହସ ଅଛି ମୁମ୍ବାଇ ଆସ, ମୁଁ ତୁମକୁ ସ୍ୱାଗତ କରିବାକୁ ଯିବି ବୋଲି ସଞ୍ଜୟ କହିଛନ୍ତି । ଅନ୍ୟପଟେ ବିଦ୍ରୋହୀ ବିଧାୟକଙ୍କ ବୈଠକ ଡକାଇଛନ୍ତି ଏକନାଥ ସିନ୍ଦେ ।

Related Articles

Back to top button
WP Twitter Auto Publish Powered By : XYZScripts.com