ଜାତୀୟ

ଦେଶରେ ବ୍ୟବସାୟ ପାଲଟି ସାରିଛି ଶିକ୍ଷା କ୍ଷେତ୍ର, ପିଲାଙ୍କୁ ପଢିବା ପାଇଁ ୟୁକ୍ରେନ ଯିବାକୁ ପଡୁଛି; ଚିନ୍ତା ପ୍ରକାଶକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶରେ ଶିକ୍ଷା ଏକ ବଡ ବ୍ୟବସାୟରେ ପରିଣତ ହୋଇ ସାରିଛି। ଏହି କାରଣରୁ ଦେଶରେ ଡାକ୍ତରୀ ପାଠପଢା ଖର୍ଚ୍ଚ ଉଠାଇ ପାରୁନଥିବା ବିଦ୍ୟାର୍ଥୀଙ୍କୁ ୟୁକ୍ରେନ ପରି ଦେଶ ଯିବାକୁ ପଡୁଛି। ମଙ୍ଗଳବାର ଏ ସଂପର୍କିତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ଟିପ୍ପଣୀ କରିଛନ୍ତି। ଅନେକ ଆବେଦନର ଶୁଣାଣି କରି ଅଦାଲତ କହିଛନ୍ତି, ଦେଶରେ ଫାର୍ମାସୀ କଲେଜ୍ ଖୋଲିବା ପାଇଁ ଅଦାଲତ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନକାରୀ ଦାବି କରିଛନ୍ତି। ଉଲ୍ଲେଖନୀୟ ଫାର୍ମାସୀ କାଉନସିଲ ଅଫ ଇଣ୍ଡିଆ ୨୦୧୯ରେ ନୂତନ ଫାର୍ମାସୀ କଲେଜ୍ ପ୍ରତିଷ୍ଠା ଉପରେ ରୋକ୍ ଲଗାଇଥିଲେ। ସଂସ୍ଥାର କହିବା କଥା ଦେଶରେ ଫାର୍ମାସୀ କଲେଜ ଏକ ବ୍ୟବସାୟର ରୂପ ନେଇ ସାରିଲାଣି। ଏହା ଉପରେ ରୋକ୍ ଲଗାଯିବା ଉଚିତ୍।

ମାମଲାର ଶୁଣାଣି କରି ବିଚାରପତି ବିଆର ଗବଇ ଏବଂ ହିମା କୋହଲିଙ୍କ ପୀଠ କହିଛନ୍ତି, ସମସ୍ତେ ଜାଣିଛନ୍ତି ଯେ, ଦେଶରେ ଶିକ୍ଷା ଆଜି ଉଦ୍ୟୋଗରେ ପରିଣତ ହୋଇ ସାରିଛି। ଏହାକୁ ବଡ ବଡ ବ୍ୟବସାୟୀ ସଞ୍ଚାଳନ କରୁଛନ୍ତି। ଏହି ବିଷୟରେ ଚିନ୍ତା କରିବା ଉଚିତ୍। ଦେଶରେ ଡାକ୍ତରୀ ପାଠପଢା ଏତେ ମହଙ୍ଗା ହୋଇ ଯାଇଛି ଯେ, ପିଲେ ୟୁକ୍ରେନ ପରି ଦେଶକୁ ଯିବାକୁ ବାଧ୍ୟ ହେଉଛନ୍ତି। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ନ୍ୟାୟାଳୟରେ କହିଛନ୍ତି, ଦେଶରେ ଯେଉଁଭଳି ସ୍ଥିତି ତା ଉପରେ ଧ୍ୟାନ ଦେବା ଜରୁରୀ। କଲେଜ୍ ପ୍ରଶାସନ ଖୋଦ୍ ଅଦାଲତରେ କହିଛନ୍ତି ଯେ, ସରକାରୀ ରୋକ୍ କାରଣରୁ ସେମାନେ ଦୁଇ ବର୍ଷ  ହରାଇଛନ୍ତି। ଆମେ ଛାତ୍ରଙ୍କ ଆବେଦନ ଏବଂ ସମସ୍ୟାକୁ ବୁଝି ପାରୁଛୁ। ମାତ୍ର ଆଜି କଲେଜ୍ ଉଦ୍ୟୋଗରେ ପରିଣତ ହୋଇ ସାରିଛି।

ତୁଷାର ମେହଟ୍ଟା ସରକାରଙ୍କ ପକ୍ଷ ରଖି କହିଛନ୍ତି, ଏହି ଧରଣର କଲେଜ୍ ସଂଖ୍ୟା ବଢି ଚାଲିଥିଲା। ଏଥିପାଇଁ ଆମେ ୫ ବର୍ଷ ପାଇଁ ରୋକ୍ ଲଗାଇଥିଲୁ। ଅଦାଲତ ଜାଣିଛନ୍ତି ଯେ, ଦେଶରେ କେଉଁଭଳି ଇଞ୍ଜିନିୟରିଂ କଲେଜକୁ ସପିଂ ସେଣ୍ଟର ପରି ସଞ୍ଚାଳନ କରାଯାଉଛି। ଦେଶରେ ପ୍ରଥମରୁ ୨୫୦୦ କଲେଜ୍ ରହିଛି। ଏହ ଉପରେ ଅଦାଲତ ସହମତି ପ୍ରକାଶ କରି କହିଛନ୍ତି, ଆମେ ମଧ୍ୟ ଦେଶରେ କଲେଜ୍ ସଂଖ୍ୟା ବୃଦ୍ଧି କରିବାକୁ ଚାହୁଁଛୁ। ଗୋଟିଏ ସମୟ ଦେଶରେ ବଡ ସଂଖ୍ୟାରେ ଇଞ୍ଜିନିୟରିଂ ଏବଂ ବିଏଡ କଲେଜ୍ ଥିଲା। ତେଣୁ ଆମେ ଫାର୍ମାସୀ କାଉନସିଲ ଅଫ ଇଣ୍ଡିଆକୁ ଅପିଲ୍ କରୁଛୁ ଯେ, ସେମାନେ ଆବେଦକଙ୍କ ଦାବି ଉପରେ ବିଚାର କରନ୍ତୁ।

Related Articles

Back to top button
WP Twitter Auto Publish Powered By : XYZScripts.com