ଓଡ଼ିଶାଜାତୀୟରାଜନୀତି

ସ୍ୱାଧୀନତାର ୭୫ ବର୍ଷ ପୁର୍ତ୍ତି ଅବସରରେ ଦେଶବ୍ୟାପି ଆଜାଦୀ କା ଅମୃତ ମହୋତ୍ସବ ପାଳନ

ବ୍ରହ୍ମପୁର, ୧୧/୦୮/୨୦୨୨-   ସ୍ୱାଧୀନତାର ୭୫ ବର୍ଷ ପୁର୍ତ୍ତି ଅବସରରେ ଦେଶବ୍ୟାପି ଆଜାଦୀ କା ଅମୃତ ମହୋତ୍ସବ ପାଳନ ହେଉଛି । ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଭାରତର ଘରେ ଘରେ  ଅଗଷ୍ଟ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ତ୍ରିରଙ୍ଗା ପତାକା ଉଡ଼ାଯିବ । ଏହି ପରିପ୍ରେକ୍ଷୀରେ ଆଜି ଭାରତୀୟ ଜନତା ପାର୍ଟି ଗୋଷାଣୀନୂଆଗାଁ ମଣ୍ଡଳ ଅନ୍ତର୍ଗତ ୩୦ ନଂ ୱାର୍ଡ଼ରେ “ତ୍ରିରଙ୍ଗା ପଦଯାତ୍ରା ସହ ପତାକା ବଣ୍ଟନ” କାର୍ଯ୍ୟକ୍ରମ ସ୍ଥାନୀୟ ବିଜିପୁର ସ୍ଥିତ ସନ୍ତୋଷୀ ମାଁ ମନ୍ଦିର ଠାରୁ ଆରମ୍ଭ ହେଇଥିଲା ।

ଏହି କାର୍ଯ୍ୟକ୍ରମକୁ ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ତଥା ବରିଷ୍ଠ ନେତା କାହ୍ନୁ ଚ଼ରଣ ପତି ଯୋଗ ଦେଇ ଆନୁଷ୍ଠନିକ ଭାବେ ଶୁଭାରମ୍ଭ କରିଥିଲେ । ବିଜେପି କାର୍ଯ୍ୟକର୍ତ୍ତାମାନେ ଏହି “ତ୍ରିରଙ୍ଗା ପଦଯାତ୍ରା” ରେ ୩୦ ନଂ ୱାର୍ଡ଼ ଅନ୍ତର୍ଗତ ନେହୁରୁ ନଗର, ତୋଟା ସାହି, ଷ୍ଟେଷନ୍ ରୋଡ଼ ଆଦି ଅଞ୍ଚଳ ବୁଲିବା ସହ କାର୍ଯ୍ୟକର୍ତ୍ତାମାନେ ଘରେ ଘରେ ତ୍ରିରଙ୍ଗା ପତାକା ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦଶ୍ୟ ସରୋଜ ସାବତ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ ,ଜିଲ୍ଲା ଉପ ସଭାପତି ରାମ କୁମାର ପାତ୍ର, ଲକ୍ଷ୍ମୀ ବେହେରା, ନର୍ମଦା ମଣି ରାଜୁ, ବିନୋଦ ସିଂ, କମଲ ପାତ୍ର ପ୍ରମୁଖଙ୍କ ସମେତ ଶତାଧିକ କାର୍ଯକର୍ତ୍ତା ସାମିଲ ହେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com