ଅନ୍ତର୍ଜାତୀୟଜାତୀୟ

ଇଣ୍ଡୋନେସିଆ ଓ ଋଷିଆ ପରେ ଏବେ ଭାରତରେ ବି ବନ୍ଦ ହେଲା Datsun redi goର ଉତ୍ପାଦନ, ଜାରି ରହିବ ବିକ୍ରି

ମୁମ୍ବାଇ() ଜାପାନା ଅଟୋମୋବାଇଲ କମ୍ପାନୀ ନିସାନ ଭାରତରେ ଡାଟସନ ବ୍ରାଣ୍ଡର ବନ୍ଦ ଘୋଷଣା କରିଛି। ଚେନ୍ନାଇ ପ୍ଲାଣ୍ଟରେ ଏହି କାରର ଉତ୍ପାଦନ ବନ୍ଦ ହୋଇଯାଇଛି। ତେବେ ଏହି ମଡେଲର ଷ୍ଟକ୍ ସରିବା ପର୍ଯ୍ୟନ୍ତ ବିକ୍ରି ଜାରି ରହିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଉଲ୍ଲେଖ ଯୋଗ୍ୟ ଯେ ଏହି ମଡେଲ କାରଗୁଡିକର ମାନ୍ଦା ବିକ୍ରି ଯୋଗୁ କମ୍ପାନୀ ୨୦୨୦ ମସିହାରେ ଇଣ୍ଡୋନେସିଆ, ଋଷିଆ ଓ ଆଫ୍ରିକା ସମେତ ଅନ୍ୟ ଦୁଇ ଦେଶରେ ଏହି ବ୍ରାଣ୍ଡକୁ ବନ୍ଦ କରିଦେଇଛନ୍ତି।

ତେବେ ବିକ୍ରି ଓ ପରବର୍ତ୍ତି ସେବା ଉପରେ କମ୍ପାନୀ ଧ୍ୟାନ ଦେବ ବୋଲି କହିଛି। ଏଣୁ ଉତ୍ପାଦନ ବନ୍ଦ ହୋଇଗଲେ ବି ନୂଆ ଗ୍ରାହକଙ୍କୁ ବିକ୍ରି ଓ ପର ସେବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ। କମ୍ପାନୀର ସବୁ ଡିଲରସିପ୍ ନେଟୱାର୍କରେ ସର୍ଭିସ ପୂର୍ବ ପରି ମିଳିପାରିବ। ସେହିପରି କାର ଉପରେ ପ୍ରଦାନ କରାଯାଉଥିବା ୱାରେଣ୍ଟି ଓ ଫ୍ରି ସର୍ଭିସିଂରେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ। ପୂର୍ବରୁ କମ୍ପାନୀ ଡାଟସନ ବ୍ରାଣ୍ଡର ଦୁଇଟି ମଡେଲକୁ ବନ୍ଦ କରିଦେଇଥିଲେ।

ତେବେ କମ୍ପାନୀ ବନ୍ଦ କରିବା ନିସାନର ଗ୍ଲୋବାଲ ଟ୍ରାନ୍ସଫର୍ମେସନ ଷ୍ଟ୍ରାଟେଜୀର ଅଂଶବିଶେଷ । ଏହି ବନ୍ଦ ନେଇ କମ୍ପାନୀ ୨୦୨୦ ମସିହାରୁ ଘୋଷଣା କରିସାରିଥିଲା। ଏହି ରଣନୀତିର ଅଂଶ ଭାବେ ନିଶାନ ପ୍ରମୁଖ ମଡେଲ ଓ ସେଗମେଣ୍ଟ ଉପରେ ନିଜର ଧ୍ୟାନ କେନ୍ଦ୍ରିତ କରିବ। ଜାପାନୀ ଅଟୋମୋବାଇଲ କମ୍ପାନୀ ନିସାନର ଡାଟସନ ବ୍ରାଣ୍ଡ ଭାରତରେ ୨୦୧୩ ଜୁଲାଇ ମାସରେ କାରବାର ଆରମ୍ଭ କରିଥିଲା। ସେତେବେଳେ କମ୍ପାନୀ ଏଣ୍ଟ୍ରି ଲେବଲ ହ୍ୟାଚ୍ ବ୍ୟାକ୍ ଡାଟସନ ଗୋ ଲଞ୍ଚ କରିଥିଲା। ପରେ ପୁଣି ଥରେ ଗ୍ଲୋବାଲ ଲେବୁଲରେ ଡାଟସନର ଲଞ୍ଚ ହୋଇଥିଲା।

ନିସାନ ମୋଟର କମ୍ପାନୀର ତତ୍କାଳୀନ ପ୍ରେସିଡେଣ୍ଟ ତଥା ସିଇଓ କାର୍ଲୋସ ଘୋଷନ ଭାରତରେ ଡାଟସନ ୨୦୧୬ ସୁଦ୍ଧା ୧୦ ପ୍ରତିଶତ ବଜାର ଭାଗିଦାରୀ ହାସଲ ଲାଗି ଲକ୍ଷ ଧାର୍ଯ୍ୟ କରିଥିଲେ। ତେବେ ତାଙ୍କ ବ୍ରାଣ୍ଡ ଲୋକଙ୍କ ଆଶାନୁରୂପ ହୋଇପାରିନଥିଲା। ୨୦୧୩ରେ ଆରମ୍ଭ ବେଳେ ୧.୨ପ୍ରତିଶତର ମାର୍କେଟ ଭାଗିଦାରୀ ଆଗକୁ ବଢି ପାରିନଥିଲା। ମାରୁତି, ଟାଟା ଓ ହ୍ୟୁଣ୍ଡା କାରଗୁଡିକ ଆଗରେ ଡାଟସନ ଚାହିଦା ବଢି ପାରିନଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com