ଅନ୍ତର୍ଜାତୀୟଜାତୀୟ

ପୁଣି ରୁଷିଆର ଯୁଦ୍ଧ ବିରତି ଘୋଷଣା, ରାଜଧାନୀ ସମେତ ଏହିସବୁ ସହରରେ ଅଟକିବ ଯୁଦ୍ଧ

କିଭ୍() ରୁଷ-ୟୁକ୍ରେନ ମଧ୍ୟରେ ଲଗାତର ଭାବରେ ଯୁଦ୍ଧ ଜାରି ରହିଛି । ଏହା ଭିତରେ ରୁଷିଆ କିଛି କ୍ଷଣ ପାଇଁ ଯୁଦ୍ଧ ବନ୍ଦ କରିବା ନେଇ ଘୋଷଣା କରିଛି । ଅର୍ଥାତ୍ ସାମୟିକ ଭାବରେ ୟୁକ୍ରେନର କିଛି ସହରରେ ଯୁଦ୍ଧକୁ ରୋକାଯିବ । ଏହି ପରିପ୍ରେକ୍ଷୀରେ କିଭ୍, ସୁମି, ମାରିଓପଲ୍, ଖାରକିଭ୍ ସହର ପାଇଁ ଏହି ଯୁଦ୍ଧ ବିରତି ଘୋଷଣା ହୋଇଛି । ଭାରତୀୟ ସମୟାନୁସାରେ, ଦିନ ୧୨ଟା ୩୦ରୁ ଯୁଦ୍ଧ ବିରତି ଘୋଷଣା କରିଛି ରୁଷ । ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଏହି ପଦକ୍ଷେପ ଗ୍ରହଣ କରିଛି ରୁଷିଆ ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ଦୁଇଟି ସହରରେ ଯୁଦ୍ଧ ଅଟକାଇଥିଲା ରୁଷିଆ । ମାର୍ଚ୍ଚ ୫ ତାରିଖରେ ୟୁକ୍ରେନର ୨ଟି ସହରରେ ସାମୟିକ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା । ମାରିୟୁପୋଲ ଓ ବୋଲନବାଖା ସହରରେ ସାମୟିକ ଅସ୍ତ୍ରବିରତି ଘୋଷଣା ହୋଇଥିଲା । ଭାରତୀୟ ସମୟ ଅନୁସାରେ, ଦିନ ୧୧ଟା ୩୦ରୁ ଅସ୍ତ୍ରବିରତି ଆରମ୍ଭ କରିଥିଲା ରୁଷ । ଦିନ ୧୧ଟା ୩୦ରୁ ସାଢ଼େ ୫ ଘଣ୍ଟା ଯାଏଁ ବନ୍ଦ ରହିଥିଲା ଯୁଦ୍ଧ ।

Related Articles

Back to top button
WP Twitter Auto Publish Powered By : XYZScripts.com