ଜାତୀୟ

ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ନଥିଲେ କରିପାରିବେନି ଗାଡ଼ି ପାର୍କିଂ, ଜାଣନ୍ତୁ ପୂରା ଖବର

କଣ ଏଯାଏ ଆପଣ ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇ ନାହାନ୍ତି କି? ତେବେ ଖୁବ୍ ଶୀଘ୍ର ହୋଇ ଯାଆନ୍ତୁ ସାବଧାନ । କାରଣ ଏଥର ଖାଲି ଚାଲାଣ କଟିବ ନାହିଁ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବନି । ବରଂ ଆପଣଙ୍କ ଗାଡ଼ିକୁ କେଉଁଠି ବି ପାର୍କିଂ କରିବାକୁ ଦିଆଯିବ ନାହିଁ । ଲୋକଙ୍କୁ ଅଧିକରୁ ଅଧିକ ସଚେତନ କରିବା ପାଇଁ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଉତରପ୍ରଦେଶର ପ୍ରୟାଗରାଜ ପ୍ରଶାସନ । ସମସ୍ତ ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ପାଇଁ ପ୍ରୟାଗରାଜରେ ଏହି ନୂତନ ନିୟମ ଲାଗୁ ହୋଇଛି । ଏହି ପରିପ୍ରେକ୍ଷୀରେ ଆରଏଓ ପ୍ରଶାସନ ପକ୍ଷରୁ ସହରର ସମସ୍ତ ଗାଡି ଷ୍ଟାଣ୍ଡକୁ ଚିଠି ପଠାଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ନିୟମ କଡ଼ାକଡ଼ି ହେଲେ ବେପରୁଆ ମାନେ ସାବାଡ଼ ହେବେ । ଫଳରେ ବାଧ୍ୟ ହୋଇ ହାଇ-ଟେକ୍ ସ୍କାନିଂ ନମ୍ବର ପ୍ଲେଟ୍ ଲଗାଇବେ, ଯାହାଫଳରେ ଯାନ ସହିତ ଜଡିତ ସମସ୍ତ ସୂଚନା ଗୋଟିଏ କ୍ଲିକରେ ମିଳିପାରିବ । ଏଥିପାଇଁ ପରିବହନ ବିଭାଗ ପକ୍ଷରୁ ଏହି ନୂତନ ନିୟମ ଗ୍ରହଣ କରାଯାଇଛି । ଏନେଇ ନିର୍ଦ୍ଦେଶ ଦିଆଯାଇଛି ଯେ, ଯଦି ୨ ଚକିଆ, ଚାରି ଚକିଆରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲାଗିନାହିଁ, ତେବେ ସେଗୁଡ଼ିକୁ ଷ୍ଟାଣ୍ଡରେ ଛିଡା ହେବାକୁ ଦିଅନ୍ତୁ ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com