ଜାତୀୟମନୋରଞ୍ଜନ

‘ଗଙ୍ଗୁବାଇ କାଠିଆୱାଡି’ ଫିଲ୍ମର ଷ୍ଟାର କାଷ୍ଟଙ୍କ ଫି’କୁ ନେଇ ଚର୍ଚ୍ଚା, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ନୂଆଦିଲ୍ଳୀ() ଲାଗି ରହିଥିଲା ବହୁ ବାଦ-ବିବାଦ । କିନ୍ତୁ ସେ ସବୁର ଅନ୍ତ ଘଟିଲା। ଦୀର୍ଘ ଦିନର ଅପେକ୍ଷା ପରେ ରିଲିଜ୍‌ ହେଲା ଗଙ୍ଗୁବାଇ କାଠିଆୱାଡି । ସଞ୍ଜୟ ଲୀଲା ଭନସାଲୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଟ୍ରେଲର ଦର୍ଶକଙ୍କ ଉତ୍ସାହକୁ ବଢାଇ ଦେଇଥିଲା। ଯାହା ବର୍ତ୍ତମାନ ପ୍ରେକ୍ଷାଳୟରେ ଦେଖିବାକୁ ମିଳିଛି । ଟ୍ରେଲରର ଦେଖିଲେ ଜଣା ପଡୁଛି ଫିଲ୍ମରେ କଳାକାରମାନେ ଦମ୍‌ଦାର ଅଭିନୟ କରିଛନ୍ତି । ତାହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ହେଲେ ବର୍ତ୍ତମାନ ଏବେ ଷ୍ଟାର କାଷ୍ଟଙ୍କ ଫି’କୁ ନେଇ ଚର୍ଚ୍ଚା ।

ତେବେ ଇଣ୍ଡଷ୍ଟ୍ରିର ଚୁଲବୁଲି ତଥା ଲୋକପ୍ରିୟ ଅଭିନେତ୍ରୀ ଆଲିଆ ଭଟ୍ଟ । କୁହାଯାଉଛି କି ଫିଲ୍ମ ‘ରାଜି’ ପରେ ଏହା ତାଙ୍କର ସବୁଠାରୁ ବଡ ଫିଲ୍ମ ବୋଲି ବିବେଚନା କରାଯାଉଛି। ଯେଉଁଥିପାଇଁ ସେ ବହୁତ ପରିଶ୍ରମ ମଧ୍ୟ କରିଛନ୍ତି । ତାଙ୍କ ବ୍ୟତୀତ ସୁପରଷ୍ଟାର ଅଜୟ ଦେବଗନ୍ ମଧ୍ୟ ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି। ତେବେ ସେ ଏକ କ୍ୟାମୋ ଭୂମିକାରେ ଅଭିନୟ କରିଛନ୍ତି । ଏଥି ସହିତ ହୁମା କୁରେଶି, ଶାନ୍ତନୁ ମହେଶ୍ୱରୀ ଏବଂ ବିଜୟ ରାଜଙ୍କ ଭଳି କଳାକାରମାନେ ମଧ୍ୟ ଫିଲ୍ମରେ ଭିନ୍ନ ଅନ୍ଦାଜରେ ଅଭିନୟ କରିଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ କୁହାଯାଉଛି କି ସମସ୍ତ କଳାକାରମାନେ ମଧ୍ୟ ଏଥିପାଇଁ ମୋଟା ଅଙ୍କର ଟଙ୍କା ଆଦାୟ କରିଛନ୍ତି ।

ଏହି ଫିଲ୍ମରେ କାମାଥୀପୁରର ଗଙ୍ଗୁବାଇ ଭୂମିକାରେ ଅଭିନୟ କରୁଥିବା ଆଲିଆ ଭଟ୍ଟ ତାଙ୍କ ଭୂମିକା ପାଇଁ ବହୁ କଠିନ ପରିଶ୍ରମ କରିଛନ୍ତି। ଏହି ଚରିତ୍ରରେ ଦେଖାଇବା ପାଇଁ ନିଜକୁ ଅନେକ ପରିବର୍ତ୍ତନ କରାଇଛନ୍ତି । ଏଭଳି ସେ ଫିଲ୍ମ ପାଇଁ ୨୦ କୋଟି ଫି ନେଇଥିବା କୁହାଯାଉଛି। ଅଜୟ ଦେବଗନଙ୍କୁ ‘ଗଙ୍ଗୁବାଇ କାଠିଆୱାଡି’ରେ ରହୀମ ଲାଲା ଭୂମିକାରେ ନଜର ଆସିବେ। କିନ୍ତୁ ଏହି ଛୋଟ ଭୂମିକାରେ ମଧ୍ୟ ସେ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଏହି ଭୂମିକା ପାଇଁ ଅଜୟ ପ୍ରାୟ ୧୧ କୋଟି ଟଙ୍କା ନେଇଛନ୍ତି। ଛୋଟ ପରଦାରେ ନିଜ କ୍ୟାରିଅର୍ ଆରମ୍ଭ କରିଥିବା ଚକୋଲେଟ୍ ବୟ ଶାନ୍ତନୁ ଏହି ବଲିଉଡରେ ଡେବ୍ୟୁ କରିଛନ୍ତି । ଏହି ଫିଲ୍ମରେ ସେ ଆଲିଆଙ୍କ ସହ ରୋମାନ୍ସ କରୁଥିବା ନଜର ଆସିଛନ୍ତି। ଏଥିପାଇଁ ପାଇଁ ସେ ୫୦ ଲକ୍ଷ ଟଙ୍କା ଆଦାୟ କରିଛନ୍ତି।

ଏହା ବ୍ୟତୀତ ହୁମା ନିଜକୁ ସମସ୍ତ ପ୍ରକାରର ଚରିତ୍ର ସହିତ ଖାପ ଖୁଆଇବା ପାଇଁ ବେଶ ଜଣାଶୁଣା । ଏହି ଫିଲ୍ମରେ ସେ ଏକ ବିଶେଷ ଭୂମିକା ଗ୍ରହଣ କରିଛନ୍ତି। ହୁମା ଏହି ଫିଲ୍ମ ପାଇଁ ୨ କୋଟି ଟଙ୍କା ନେଇଛନ୍ତି। ଏହି ଚଳଚ୍ଚିତ୍ରରେ ବିଜୟ ରାଜ ଟ୍ରାନ୍ସଜେଣ୍ଡର ରଜିଆବାଇ ଭୂମିକାରେ ନଜର ଆସିଛନ୍ତି। ଏହି ଭୂମିକା ତାଙ୍କ ପାଇଁ ବହୁତ ଚ୍ୟାଲେଞ୍ଜିଙ୍ଗ ଥିଲା । ଯେଉଁଥି ପାଇଁ ସେ ୧.୫୦ ଟଙ୍କା ନେଇଛନ୍ତି। ଭେଟେରାନ୍ ଅଭିନେତ୍ରୀ ସୀମା ଏହି ଫିଲ୍ମ ମଧ୍ୟରେ ତାଙ୍କର ଜବରଦସ୍ତ ଅଭିନୟ କରିଛନ୍ତି । ସେ ସପୋର୍ଟିଙ୍ଗ ଲିଡ୍ ଅଭିନେତ୍ରୀ ଭାବରେ ନଜର ଆସିବେ । ଏହି ଫିଲ୍ମ ପାଇଁ ସୀମା ୨୦ଲକ୍ଷ ଟଙ୍କା ନେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com