ଅନ୍ତର୍ଜାତୀୟଜାତୀୟ

କାନ୍ଦି ପକାଇଲେ ଋଷୀ ସୈନିକ: ଆତ୍ମ ସମର୍ପଣ ପରେ ଯବାନଙ୍କୁ ମାଆଙ୍କ ସହ କଥା କରାଇଲେ ୟୁକ୍ରେନ ବାସୀ

ନୂଆଦିଲ୍ଳୀ() ୟୁକ୍ରେନରେ ଋଷ ସୈନିକମାନଙ୍କ ଆତଙ୍କ ଗତ ୮ ଦିନରୁ ଜାରି ରହିଛି । ଅନ୍ୟ ପଟେ ଦେଖିବାକୁ ମିଳିଛି ଯବାନଙ୍କର ଏକ ଭିଡିଓ, ଯାହା ଆପଣଙ୍କ ଛାତିକୁ ମଧ୍ୟ ଥରାଇ ଦେବ । ୟୁକ୍ରେନ ଉପରେ ବର୍ବରତା ଯୋଗୁଁ ଋଷକୁ ହୃଦୟହୀନ କୁହାଯାଉଥିବା ବେଳେ ଅନେକ ଭିଡିଓ ଏମିତି ଅଛି ଯେଉଁଥିରେ ଋଷର ସୈନିକମାନେ ବେସାହାରା ଅନୁଭବ କରୁଥିବା ମନେ ହେଉଛି । ଏହିଭଳି ଏକ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ଋରେ ଜଣେ ଯବାନ କାନ୍ଦୁଥିବାର ଦେଖିବାକୁ ମିଳିଛି । ତେବେ କ’ଣ ରହିଛି ପ୍ରକୃତ ଘଟଣା ଆସନ୍ତୁ ଜାଣିବା ।

ଗତ ୮ ଦିନରୁ ଦେଶ ଉପରେ ଆକ୍ରମଣ କରି ଚାଲିଥିବା ଋଷ ଯବାନଙ୍କ ପାଇଁ ମହାନତା ଦେଢ଼ଖାଇଚନ୍ତି ୟୁକ୍ରେନ ବାସିନ୍ଦା । ଜଣେ ଭୋକିଲା ଋଷ ଯବାନଙ୍କୁ କିଛି ୟୁକ୍ରେନର ଲୋକମାନେ ଖାଇବାକୁ ଦେଇଛନ୍ତି । କେବଳ ସେତିକି ନୁହେଁ, ଯବାନଙ୍କୁ ତାଙ୍କ ମାଆଙ୍କ ସହ ମଧ୍ୟ କଥା କରାଇଛନ୍ତି ୟୁକ୍ରେନ ବାସିନ୍ଦା । ତେବେ ଏ ସବୁ ଦେଖି ଋଷ ଯବାନଙ୍କ ଆଖିରେ ଲୁହ ଚାଲି ଆସିଥିଲା । ସ୍ଥାନୀୟ ଲୋକଙ୍କ ଦ୍ୱାରା ଅଟକ ରଖାଯାଇଥିବା ଜଣେ ଋଷ ସୈନିକଙ୍କୁ ଜଣେ ମହିଳା ତାଙ୍କ ମାଆଙ୍କ ସହ ଭିଡିଓ କଲରେ କଥା କରାଇବା ସହ ତାଙ୍କୁ ଖାଦ୍ୟ ମଧ୍ୟ ପ୍ରଦାନ କରିଛନ୍ତି । ଯାହା ଦେଖି ଋଷ ଯବାନ କାନ୍ଦି ପକାଇଥିଲେ । ଏହି ଭିଡିଓ ସୋଶଲ ମିଡିଆରେ ଅପଲୋଡ ହେବା ପରେ ଖୁବ ଭାଇରାଲ ହେବାରେ ଲାଗିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com