ଅନ୍ତର୍ଜାତୀୟଜାତୀୟ

Russia Ukraine War: ରୁଷର ଖୋଲା ଧମକ- ତୃତୀୟ ବିଶ୍ଵଯୁଦ୍ଧ ପରମାଣୁ ବୋମାରୁ ହେବ

ନୂଆଦିଲ୍ଲୀ() ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରହିଛି। ଦୁଇ ଦେଶ ମଧ୍ୟରେ ଲଢେଇ ବୁଧବାର ସପ୍ତମ ଦିନରେ ପହଞ୍ଚିଛି। ଗତକାଲି ଏୟାର ଷ୍ଟ୍ରାଇକ କରି କିଭରେ ଟିଭି ଟାଓ୍ଵାର ଉଡାଇଥିବା ରୁଷ ଆଜି ବୋମା ବିସ୍ଫୋରଣ ମିଲିଟାରୀ ହସ୍ପିଟାଲ ଉଡାଇ ଦେଇଛି। କିଭରେ ଆଜି ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି ରୁଷ ସେନା। ଏହି କ୍ରମରେ ଖେରସନ ସହରକୁ ଦଖଲ କରିଛି ରୁଷ। ଅନ୍ୟପଟେ ତୃତୀୟ ବିଶ୍ଵ ଯୁଦ୍ଧ ହେଲେ ପରମାଣୁ ଆକ୍ରମଣ କରିବ ବୋଲି ଧମକ ଦେଇଛନ୍ତି ରୁଷର ବୈଦେଶିକ ମନ୍ତ୍ରୀ ସେରେଜ ଲାଭରୋଭ।

ରୁଷର ସେନା ୟୁକ୍ରେନର ରାଜଧାନୀ କିଭ୍ ଉପରେ ଲଗାତାର ବୋମା ଏବଂ ମିସାଇଲ୍ ମାଡ କରି ଚାଲିଛି। ଏହା ବ୍ୟତୀତ ଖେରସନ ସହରକୁ ରୁଷ ସେନା କବଜା କରିଛନ୍ତି। ଏପରିକି ଖାରକିଭ ପର୍ଯ୍ୟନ୍ତ ଏହାର ସେନା ପହଞ୍ଚି ଯାଇଛନ୍ତି। ଅପରପକ୍ଷେ ଆଜି ରୁଷ ଏବଂ ୟୁକ୍ରେନ ମଧ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ବୈଠକ ହେବାକୁ ଯାଉଛି। ଏଥିରେ କିଛି ସମାଧାନର ରାସ୍ତା ବାହାରିବ ବୋଲି ଆଶା କରାଯାଉଛି। ଆଜି ସକାଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ନିଜ ଭାଷଣରେ କହିଥିଲେ, ରୁଷ ୟୁକ୍ରେନ ଉପରେ ଆକ୍ରମଣ କରି ବହୁତ ବଡ ଭୁଲ୍ କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com