Featuredଜାତୀୟମନୋରଞ୍ଜନ

ସଲମାନଙ୍କୁ ହତ୍ୟା ଧମକ ଦେଉଥିବା ଅଭିଯୁକ୍ତକୁ ଗିରଫ କଲା ମୁମ୍ବାଇ ପୋଲିସ

କିଛିଦିନ ହେବ କେହି ଜଣେ ଅଜଣା ବ୍ୟକ୍ତି ବାରମ୍ବାର ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ହତ୍ୟା ଧମକ ଦେବାରେ ଲାଗିଥିଲା । ଏହାକୁ ନେଇ ସଲମାନ ଖାନ ପୋଲିସରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ମୁମ୍ବାଇ ପୋଲିସ ତାର ତଦନ୍ତ ଆରମ୍ଭ କରିଥିଲା । ଶେଷରେ ସଲମାନଙ୍କୁ ହତ୍ୟା ଧମକ ଦେଉଥିବା ଅଭିଯୁକ୍ତକୁ ମୁମ୍ବାଇ ପୋଲିସ ରାଜସ୍ଥାନର ଯୋଧପୁରରୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତର ନାମ ଧାକଡ ରାମ ବିଷ୍ଣୈଇ । ମୁମ୍ବାଇ ପୋଲିସ ଓ ଲୁଣିଥାନା ପୋଲିସ ମିଳିତ ଭାବେ ଧାକଡ ରାମକୁ ଗିରଫ କରିଛନ୍ତି । ଅଭିଯୁକ୍ତ ଜଣଙ୍କ ଇ-ମେଲ ସହାୟତାରେ ସଲମାନ ଖାନଙ୍କୁ ବାରମ୍ବାର ହତ୍ୟା ଧମକ ଦେଉଥିଲା ।

ଏନେଇ ସଲମାନ ଖାନ ଓ ତାଙ୍କ ପରିବାର ଲୋକେ ମୁମ୍ବାଇର ବାନ୍ଦ୍ରା ଥାନାରେ ଅଭିଯୋଗ କରିଥିଲେ । ଅଭିଯୁକ୍ତ ୨୧ ବର୍ଷିୟ ଧାକଡ ରାମକୁ ଗିରଫ କରିବା ପରେ ପୋଲିସ ତାକୁ ମୁମ୍ବାଇ ଆଣିଛି । ଧାକଡ ରାମ ବିଷ୍ଣୈଇ ଉପରେ ପଞ୍ଜାବୀ ଗାୟକ ମୃତ ସିଦ୍ଧୁ ମୁସେୱାଲା ପିତାଙ୍କୁ ବି ଧମକ ଦେଉଥିବା ଅଭିଯୋଗ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com