ଜାତୀୟଭାଇରାଲ୍ ଭିଡିଓ

ଶିଶୁକୁ କ୍ଷୀର ପାଆଇଲେ ଯବାନ, ଭାଇରାଲ୍‌ ହେଲା ଫଟୋ

ନୂଆଦିଲ୍ଲୀ: ସୋସିଆଲ୍‌ ମିଡିଆରେ ଏମିତି ଅନେକ ଫଟୋ ଏବଂ ଭିଡିଓ ଭାଇରାଲ୍‌ ହୁଏ ଯାହା ଆମକୁ ଅନେକ କିଛି ଶିକ୍ଷା ଦିଏ। ସେମିତି ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌। ଯାହାକୁ ଲୋକଙ୍କର ଢେର୍‌ ପ୍ରଶଂସା ମିଳୁଛି।

ଗୃହ ମନ୍ତ୍ରୀ ହର୍ଷ ସଙ୍ଘଭୀ ତାଙ୍କ ଟ୍ବିଟର୍‌ରେ ଏହି ଫଟୋକୁ ସେୟାର କରିଛନ୍ତି। ଏହି ଫଟୋରେ ଦେଖିବାକୁ ମିଳିଛି କର୍ତ୍ତବ୍ୟ ଏବଂ ମାନବିକତାର ଚିତ୍ର। ଫଟୋରେ ଦେଖିବାକୁ ମିଳିଛି ଯେ,  ଜଣେ ଯବାନ ଶିଶୁକୁ ବୋତଲରେ କ୍ଷୀର ପିଆଉଛନ୍ତି।  ସେନା ପୋଷାକରେ ଥିବା ବ୍ୟକ୍ତିଙ୍କର ଏହି ଫଟୋ ଯିଏ ଦେଖୁଛି ସେ ପ୍ରଶଂସା କରୁଛି। ଫଟୋ ସେୟାର କରି ସେ  କ୍ୟାପ୍‌ସନ୍‌ରେ ଲେଖିଛନ୍ତି, ‘କର୍ତ୍ତବ୍ୟ ଓ ଭାବପ୍ରବଣତା ଏକାସାଥୀରେ। ଭାରତୀୟ ସେନାକୁ ସାଲ୍ୟୁଟ୍’।
ଯବାନ ଶିଶୁଟିକୁ କ୍ଷୀର ପିଆଉଥିବା ବେଳେ ଅନ୍ୟ ଜଣେ ଯବାନ ଏକ ତଉଲିଆ ଧରି ପାଖ‌ରେ ଛିଡ଼ା ହୋଇଥିବା ଫଟୋରେ ଦେଖିବାକୁ ମିଳୁଛି। ଏହି ଫଟୋଟି ଏବେ ସୋସିଆଲ୍‌ ମିଡିଆରେ ଖୁବ୍ ଭାଇରାଲ୍‌ ହେଉଛି। ଏହି ଫଟୋକୁ ଲୋକେ ଢେର୍‌ ସେୟାର କରୁଛନ୍ତି। ଅନେକ ଲୋକ ଏହି ପୋଷ୍ଟରେ କମେଣ୍ଟ ମଧ୍ୟ କରିଛନ୍ତି, ଯବାନଙ୍କର ଏହି ଫଟୋ ଭାବବିହ୍ବଳ କଲା ବୋଲି କିଛି ଲୋକ ଲେଖିଥିବା ବେଳେ ଆଉ କିଛି ଲୋକ ସେନାଙ୍କ କାମକୁ ସଲାମ୍‌ ବୋଲି ଲେଖିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com