ଜାତୀୟରାଜନୀତି

ସିବିଆଇରେ ପୁଣି ହାଜର ହେବେ ସିସୋଦିଆ

ଆଜି ପୁଣି ସିବିଆଇରେ ହାଜର ହେବେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଅବକାରୀ ନୀତି ମାମଲାରେ ଅଧିକ ଜେରା ପାଇଁ ଆଜି ସକାଳ ୧୧ଟାରେ ଦିଲ୍ଲୀ ସିବିଆଇ ମୁଖ୍ୟାଳୟରେ ହାଜର ହେବେ ଏହି ଆପ୍ ନେତା । ଫେବୃଆରୀ ୧୯ ତାରିଖରେ ହାଜର ହେବାକୁ ସିସୋଦିଆଙ୍କୁ ନୋଟିସ୍ କରିଥିଲା । କିନ୍ତୁ ଦିଲ୍ଲୀ ଅର୍ଥମନ୍ତ୍ରୀ ଥିବା ସିଶୋଦିଆ ହାଜର ହେବାକୁ ଏକ ସପ୍ତାହ ଅଧିକ ସମୟ ମାଗିଥିଲେ । ସିବିଆଇ ମଧ୍ୟ ତାଙ୍କୁ ଏଥିପାଇଁ ଅନୁମତି ଦେଇଥିଲା ।

ତେବେ ସିବିଆଇକୁ ପୁରା ସହଯୋଗ କରିବାକୁ କହିଛନ୍ତି ସିସୋଦିଆ । ସିସୋଦିଆଙ୍କୁ ଗିରଫ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

Related Articles

Back to top button
WP Twitter Auto Publish Powered By : XYZScripts.com