Breaking NewsFeaturedଓଡ଼ିଶାରାଜନୀତି

ଟିଏମସି ଖେଳୁଛି ହିନ୍ଦୁତ୍ୱ କାର୍ଡ: ବିଜେପି-ବିଜେଡିକୁ ଚମକାଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ରାଜନୀତି ମହଲରେ ଏବେ ବଡ଼ ଚର୍ଚ୍ଚା। ବିଜେପିର ବଡ଼ ଅସ୍ତ୍ର ଅଯୋଧ୍ୟାର ରାମ ମନ୍ଦିର ଏବଂ ଓଡ଼ିଶାରେ ବିଜେଡିର ବ୍ରହ୍ମାସ୍ତ୍ର ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ। ସାଧାରଣ ନିର୍ବାଚନ ପୂର୍ବରୁ ଏହି ଦୁଇ ଦଳ ନିଜ ରଣନୀତିରେ ଏହାକୁ ପୁଞ୍ଜି କରିଥିବା ଚର୍ଚ୍ଚା। ତେବେ ଭୋଟ୍ ହାତେଇବାକୁ ବିଜେପି-ବିଜେଡି ଏଭଳି ଯୋଜନା କେବଳ କରିନାହାନ୍ତି, ବରଂ ପଶ୍ଚିମବଙ୍ଗର ଶାସକ ଦଳ ତଥା ବିରୋଧୀ ଆଇଏନଡିଆଇଏ ମେଣ୍ଟର ଅନ୍ୟତମ ପ୍ରମୁଖ ରାଜନୈତିକ ଦଳ ତୃଣମୂଳ କଂଗ୍ରେସ ମଧ୍ୟ ଏଭଳି ଧର୍ମ କାର୍ଡ ଖେଳିବାରେ ଲାଗିଛି। ସେ ଉପରେ ପକାନ୍ତୁ ନଜର।

ପଶ୍ଚିମବଙ୍ଗର ଅନ୍ୟତମ ବୃହତମ ମନ୍ଦିର ଭାବେ ତିଆରି ହେଉଛି ଦୀଘାସ୍ଥିତ ଜଗନ୍ନାଥ ମନ୍ଦିର। ଏହା ଏବେ ଉଭୟ ଉତ୍ସାହ ଓ ବିତର୍କ ସୃଷ୍ଟି କରିଛି। ଆସନ୍ତା ମାସରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଯିବ। ଏହାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟର ଶାସକ ଦଳର ନେତା ଉତ୍ସାହିତ ରହିଛନ୍ତି। ଏପରି କରି ବିଜେପି ହିନ୍ଦୁ ଭୋଟରଙ୍କୁ ନିଜ ପଟକୁ ଆଣିବାକୁ ଚେଷ୍ଟା କରୁଛି। ଆଉ ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରିୟ ପ୍ରକଳ୍ପ ଭାବେ ପରିଚିତ ଦୀଘାରେ ତିଆରି ଚାଲିଥିବା ଜଗନ୍ନାଥ ମନ୍ଦିର ୨୦୨୪ ମାର୍ଚ୍ଚରେ ଶେଷ ହୋଇ ଏପ୍ରିଲରେ ପ୍ରତିଷ୍ଠା କରାଯିବ ବୋଲି ଆଶା କରାଯାଉଛି। ଆଉ ଠିକ୍‌ ସେତିକିବେଳେ ନିର୍ବାଚନର ବିଗୁଲ ବାଜିସାରିଥିବ କିମ୍ବା ବାଜିବାକୁ ଯାଉଥିବ। ଦିଦି ସେହି ବେଳାରେ ମନ୍ଦିରର ଉଦଘାଟନ କରିବାକୁ ଲକ୍ଷ୍ଯ ରଖିଛନ୍ତି।

ଆଉ ଏହା ଜରିଆରି ରାଜ୍ୟର ହିନ୍ଦୁ ଭୋଟରଙ୍କ ଆସ୍ଥା ଜିତିବାକୁ ପ୍ରୟାସ କରିବେ ବୋଲି ଚର୍ଚ୍ଚା ହେଉଛି। ଯାହାକୁ ବିଜେପି ସରକାର ଅମଳରେ ତିଆରି ହୋଇଥିବା ଅଯୋଧ୍ୟାର ରାମ ମନ୍ଦିର ସହିତ ଏକ ପ୍ରକାର ରାଜନୈତିକ ମୁକାବିଲା ଭାବରେ ଦେଖାଯାଉଛି। ତେବେ ରାଜ୍ୟ ବିଜେପି ପଶ୍ଚିମବଙ୍ଗର ଏହି ପ୍ରକଳ୍ପକୁ ସମାଲୋଚନା କରିବା ସହ ଏହାକୁ ପ୍ରହସନ ଏବଂ ଟିକସଦାତାଙ୍କ ପାଣ୍ଠିର ଅପବ୍ୟବହାର ବୋଲି କହିଛି। ଏପରିକି ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଏହାକୁ ମନ୍ଦିର ନୁହେଁ ବରଂ ସାଂସ୍କୃତିକ କେନ୍ଦ୍ର ବୋଲି କହିଛନ୍ତି। ରାଜନୈତିକ ବୟାନବାଜି ଭିତରେ କିନ୍ତୁ ସ୍ଥାନୀୟ ବାସିନ୍ଦା ମନ୍ଦିରକୁ ନେଇ ଉତ୍ସାହିତ ଅଛନ୍ତି। ପଶ୍ଚିମବଙ୍ଗ ଉପକୂଳରେ ଏହି ଭବ୍ୟ ଜଗନ୍ନାଥ ଧାମ ଏବେ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ଓ ଧାର୍ମିକ ଉତ୍ସାହର କେନ୍ଦ୍ରବିନ୍ଦୁ ପାଲଟିଛି। ଏହା କାହାପାଇଁ ଆଶୀର୍ବାଦ ଆଣିବ ତ ଆଉ କାହାପାଇଁ ରାଜନୈତିକ ପ୍ରତିଦ୍ବନ୍ଦିତା ପାଲଟିବ ସେତକ ଦେଖିବାକୁ ବାକି।

Related Articles

Back to top button
WP Twitter Auto Publish Powered By : XYZScripts.com