ଓଡ଼ିଶା

ଅମୃତ ମହୋତ୍ସବ ଅବସରରେ ବିଜେପି ପକ୍ଷରୁ ଅମୃତ ମିଳନ ଏବଂ ଅମୃତ ସମ୍ମାନ ପ୍ରଦାନ

ବ୍ରହ୍ମପୁର, ୧୭/୦୮/୨୦୨୨-   ସ୍ୱାଧିନତାର ୭୫ ବର୍ଷ ପୁର୍ତ୍ତି ଅବସରରେ ସମଗ୍ର ଦେଶରେ ଅମୃତ ମହୋତ୍ସବ ପାଳନ ଅବସରରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ତତ୍ତ୍ୱାବଧାନରେ “ଅମୃତ ମିଳନ ଏବଂ ଅମୃତ ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ସ୍ଥାନୀୟ ବନ୍ଦେ ମାତରଂ ଠାରେ ଅନୁଷ୍ଠିତ ହୋଇଯାଇଛି । ଶାନ୍ତି,ମୈତ୍ରୀର ମାର୍ଗରେ ଯାଇ ଦେଶର ଏକତା ଅଖଣ୍ଡତାକୁ ବଜାୟ ରଖିବା ସହ ଏକ ସମୃଦ୍ଧ ଭାରତ ଗଠନ ଦିଗରେ ସଂକଳ୍ପ ନେବା ପାଇଁ ଜିଲ୍ଲା ସଭାପତି ଶ୍ରୀ ଜେନା ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ କରିଥିଲେ I ଏହା ସହିତ ପୂର୍ବ ନିର୍ଦ୍ଧାରିତ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରିଥିବା ପାଇଁ ସାଧାରଣ ଜନତାଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ I ଏହି  ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିରେ କାର୍ଯ୍ୟ କରି ଆସୁଥିବା ୭୫ ବର୍ଷ ବୟସରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ମାନଙ୍କୁ ଦଳ ପକ୍ଷରୁ ଅମୃତ ସମ୍ମାନ ପ୍ରଦାନ କରାଯାଇଥିଲା । ଏହା ସହ ବ୍ରହ୍ମପୁରର ବରିଷ୍ଠ ସାମ୍ୱାଦିକ ତଥା ଗାୟକ ସୁଦୀପ ସାହୁ ଦେଶାତ୍ମକ ଗୀତ ପରିବେଷଣ କରିଥିଲେ ଏବଂ ତାଙ୍କୁ ମଧ୍ୟ ଦଳ ପକ୍ଷରୁ ଅମୃତ ସମ୍ମାନ ପ୍ରଦାନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ତଥା ବରିଷ୍ଠ ନେତା କାହ୍ନୁ ଚ଼ରଣ ପତି, ରାଜ୍ୟ କାର୍ଯ୍ୟକାରିଣୀ ସଦଶ୍ୟ ସରୋଜ ସାବତ, ପ୍ରଶାନ୍ତ କର, ମହନ୍ତ ଚିନ୍ମୟାନନ୍ଦ ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ଗଙ୍ଗାଧର ଶତପଥି, ପ୍ରଭାତ କିରଣ ଷଡ଼ଙ୍ଗୀ, ଜିଲ୍ଲା ଉପ ସଭାପତି ରାମ କୁମାର ପାତ୍ର, ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବ, ରାଜ୍ୟ କୢଷକ ମୋର୍ଚ୍ଚା ସମ୍ପାଦକ ରାଜେଶ ସାହୁ, ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର, ଜିଲ୍ଲା ଓବିସି ଶେଷରେ ବରିଷ୍ଠ ନେତା କାହ୍ନୁ ଚ଼ରଣ ପତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସ୍ୱାଧିନତା ସଂଗ୍ରାମୀ,ବରିଷ୍ଠ ନାଗରିକ, ବୁଦ୍ଧିଜିବୀ, ସାମ୍ୱାଦିକ ଏବଂ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com