Breaking NewsFeaturedରାଜନୀତି

ରାଜସ୍ଥାନକୁ ନେଇ ଗେହଲଟ ଓ ଶାହଙ୍କ ଟଣାଓଟରା । ୨ଦଳ କହୁଛନ୍ତି ଆମେ ଜିତିବୁ ।

ରାଜସ୍ଥାନରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ବନ୍ଦ ହେବାକୁ ଆଉ କିଛି ଘଂଟା ବାକି । କାରଣ ଅପରାହ୍ନ ୫ଟା ପରେ ବନ୍ଦ ହେବ ପ୍ରଚାର । ଏହାପରେ ଆଉ କ୍ୟାମ୍ପେନ କରିପାରିବେ ନାହିଁ ପ୍ରାର୍ଥୀଙ୍କୁ ସମର୍ଥନ କରୁଥିବା ନେତା, ମନ୍ତ୍ରୀ । ଏହାରି ଭିତରେ ବିଜୟକୁ ନେଇ ମୁହାଁମୁହିଁ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ପ୍ରଥମେ ଜୟପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜସ୍ଥାନରେ ସଂଖ୍ୟାଗରିଷ୍ଠତା ସହ କଂଗ୍ରେସ ସରକାର ଗଠନ କରିବ ବୋଲି ଦୃଢୋକ୍ତି ଦେଖାଇଛନ୍ତି ଗେହଲଟ । ସେ କହିଛନ୍ତି ୭ ଗ୍ୟାରେଣ୍ଟିର ଆତ୍ମବିଶ୍ୱାସ ଆମ ସହିତ ଅଛି। ଆମ ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ଉପରେ ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ଅଛି। ହେଲେ ବିଜେପି ସରକାର ଇସ୍ତାହାର ଲୋକମାନଙ୍କୁ ନିରାଶ କରିଛି ବୋଲି କହିଛନ୍ତି ଗେହଲଟ ।

ସେପଟେ ରାଜସ୍ଥାନରେ ପ୍ରଚାର ବେଳେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ଶାହ । ସେ କହିଛନ୍ତି କି ରାଜସ୍ଥାନରେ ମୋଦିଜୀଙ୍କୁ ଦୁର୍ବ୍ୟବହାର କରାଯାଇଛି, ଯେତେବେଳେ ବି ପ୍ରଧାନମନ୍ତ୍ରୀଙ୍କୁ ଦୁର୍ବ୍ୟବହାର କରାଯାଏ, ସେତେବେଳେ ଜନସାଧାରଣ ଏହାର ପ୍ରତିକ୍ରିୟା ରଖନ୍ତି। ରାଜସ୍ଥାନରେ ମଧ୍ୟ ଜନତା ତାର ଜବାବ ଦେବେ। ଏଥର ଏଠାରେ କଂଗ୍ରେସ ସରକାର ହଟିବ ଏବଂ ବିଜେପି ସରକାର ଗଠନ କରିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ଅମିତ ଶାହ ।

Related Articles

Back to top button
WP Twitter Auto Publish Powered By : XYZScripts.com